ବଲାଙ୍ଗିର ବର୍ଣ୍ଣି ଜଙ୍ଗଲରେ ଚିତା ବାଘ
16/09/2018 at 1:46 AM

ବଲାଙ୍ଗିର ୧୫/୦୯: ବଲାଙ୍ଗିର ଗୋଳାବାରୁଦ କାରଖାନାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବର୍ଣ୍ଣି ଜଂଗଲରେ ଏକ ଚିତା ବାଘ ବୁଲୁଥିବାର ଦେଖିବାକୁ ମିଲିଛି । ଚିତା ବାଘଟି ଟିଟିଲାଗଡ଼ ସହରକୁ ଲାଗି ରହିଥିବା ବର୍ଣ୍ଣିଂ ଜଙ୍ଗଲର ଡୁମେରବାହାଲ୍ ଛକ ନିକଟରେ ଥିବା ପାଇପ୍ ଲାଇନରେ ବସିଥିବା ଦେଖିବାକୁ ମିଳିଛି । ପାଇପ୍ ଲାଇନଟି ଡୁମେର୍ ବାହାଲ୍ ପ୍ରୋଜେକ୍ଟରୁ ବଡ଼ମାଳ ଗୋଳାବାରୁଦ କାରଖାନାକୁ ପାନୀୟଜଳ ଯୋଗାଇଥାଏ । ଏହି ପାଇପ୍ ଲାଇନର ଏକ ଚ୍ୟାମ୍ବରରେ ଚିତା ରହିଥିବାର ଖବର ଜଣାପଡ଼ିବା ପରେ ସାରା, ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜଙ୍ଗଲକୁ ଲାଗି ରହିଥିବା ଗାଁ ବାଞ୍ଜିଝାଲ୍, ଶିକେର, ଗୁଦଗୁଦା, ଡୁମେରବାହାଲ୍, ବଡ଼ମାଲ, ପିପଲିବନ୍ଦ ଆଦି ଗାଁରେ ଭୟର ବାତାବରଣ ଖେଳିଯାଇଛି ।
Related Posts
ବାଇକ ହ୍ୟାଣ୍ଡେଲରୁ ଉଦ୍ଧାର ହେଲା ନାଗ ସାପ, କରୁଥିଲା ଗର୍ଜନ
5 March 2021
ବିରଳ ଧଳା ପେଚା ଉଦ୍ଧାର, ଆଜି ଜଙ୍ଗଲରେ ଛାଡିବ ବନବିଭାଗ
5 March 2021