Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ବଡମ୍ବା ରେଞ୍ଜ ଅଞ୍ଚଳରେ କଲରା ପତରିଆ ବାଘର ପାଦ ଚିହ୍ନ, ସ୍ଥାନୀୟ ଲୋକେ ଭୟଭୀତ

8/10/2020 at 4:28 PM

ଆଠଗଡ ୮।୧୦: ଆଠଗଡ ବନଖଣ୍ଡ ବଡ଼ମ୍ବା ରେଞ୍ଜ ସୁନାମୁହିଁ-ବଡ଼ଜୋର ଅଞ୍ଚଳରେ ଏକ କଲରା ପତରିଆ ବାଘର ପାଦ ଚିହ୍ନ ଚିହ୍ନଟ କରିଛି ସ୍ଥାନୀୟ ବନବିଭାଗ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଭୟଭୀତ ନହେବା ପାଇଁ ଅନୁରୋଧ କରିଛନ୍ତି ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ।

ଆଠଗଡ ଓ ହିନ୍ଦୋଳ ମଧ୍ୟବର୍ତ୍ତୀ ସୁନାମୁହିଁ-ବଡ଼ଜୋର ସଂରକ୍ଷିତ ବନାଞ୍ଚଳରେ କଲରା ପତରିଆ ବାଘର ପାଦ ଚିହ୍ନ ଚିହ୍ନଟ ପରେ ଏକରୁ ଅଧିକ ବାଘ ଥାଇପାରନ୍ତି ବୋଲି ଆଠଗଡ ଡିଏଫଓ ସୂଚନା ଦେଇଛନ୍ତି । ତେବେ ସ୍ଥାନୀୟ ଲୋକମାନେ କୌଣସି ପ୍ରକାରର ଭୟଭୀତ ନହେବା ଏବଂ ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇ ବାଘର ଗତିବିଧି ଉପରେ ଦୃଷ୍ଟି ରଖିଥିବା କହିଛନ୍ତି ଆଠଗଡ ବନଖଣ୍ଡ ଅଧିକାରିଣୀ ।

ଗତବର୍ଷ ୧୬-୦୯-୨୦୨୦ତାରିଖରେ ଆଠଗଡ ବନଖଣ୍ଡ ଅନ୍ତର୍ଗତ ତିଗିରିଆ ରେଞ୍ଜ ଅଚଳ କୋଟ ଅଞ୍ଚଳରୁ ଏକ କଲରା ପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା ।

   Related Posts