କଲରାପତରିଆ ବାଘର ପାଦଚିହ୍ନ ଠାବ, ଲୋକେ ଭୟଭୀତ
20/10/2019 at 10:56 AM

ଖୋର୍ଦ୍ଧା ୨୦।୧୦: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବନବିଭାଗ ନାଗାପଲ୍ଲୀ ରିଜର୍ଭ ଜଂଗଲରେ କଲରାପତରିଆ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଉକ୍ତ ଜଂଗଲରେ ଗତ ୪ ଦିନ ମଧ୍ୟରେ ପାଟବନ୍ଧ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ୩ଟି ଗାଈ ମାରିଥିବା ଜଣାପଡିଥିଲା । ଆଜି ବୋଲଗଡ ବନବିଭାଗ ତରଫରୁ ଯାଞ୍ଚ କରି ମୁଣ୍ଡିଆପଡା ନାଗାପଲ୍ଲୀ ରିଜର୍ଭ ଜଂଗଲରୁ ବାଘର ପାଦ ଚିହ୍ନ ଚିହ୍ନଟ କରାଯାଇଛି । ଏହା କଲରାପତରିଆ ବାଘର ପାଦ ଚିହ୍ନ ବୋଲି କୁହାଯାଉଛି ।

ବାଘର ପାଦ ଚିହ୍ନ ମିଳିବା ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ଏନେଇ ଖୋର୍ଦ୍ଧା ଡିଏଫଓଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ରେଂଜରଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏହା କଲରାପତରିଆ ବାଘର ପାଦ ଚିହ୍ନ ବୋଲି ବନବିଭାଗର ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି ।