Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ପନ୍ତଙ୍କ ବ୍ୟାଟିଂକୁ ନେଇ ସବୁଠି ଚର୍ଚ୍ଚା, ପ୍ରଶଂସା କଲେ ଇଂଲଣ୍ଡ ଖେଳାଳି, କହିଲେ…

6/03/2021 at 11:23 AM

ଅହମ୍ମଦାବାଦ, ୦୬/୦୩ :    ଭାରତୀୟ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ୍ ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ସେ ୧୧୮ ବଲରୁ ୧୦୧ ରନ୍ କରି ଆଉଟ୍ ହୋଇଛନ୍ତି । ଏହି ପାଳିରେ ସେ ୧୩ ଚୌକା ଓ ୨ ଛକା ଲଗାଇଥିଲେ । ଏହି ପାଳି ପରେ ସମସ୍ତେ ପନ୍ତଙ୍କୁ ପ୍ରଶଂସା କରିଛନ୍ତି । ଇଂଲଣ୍ଡର ଅନେକ ଖେଳାଳି ପନ୍ତଙ୍କୁ ସାବାସୀ ଦେଇଛନ୍ତି ।

ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟପ୍ କହିଛନ୍ତି ଯେ, ପନ୍ତ ଆକର୍ଷଣୀୟ ସଟ୍ ଲଗାଉଛନ୍ତି । ସେ ଜେମ୍ସ ଆଣ୍ଡରସନଙ୍କୁ ଭଲ ବ୍ୟାଟିଂ କରିଥିଲେ । ଏହି ସଟର ଭିଡିଓ ଫ୍ଲିଣ୍ଟପ ସେୟାର କରିଛନ୍ତି । ଏହାସହ ଓ୍ୱାଓ ବୋଲି ମଧ୍ୟ ଲେଖିଛନ୍ତି ।

ମାଇକେଲ୍ ଭନ ମଧ୍ୟ ପନ୍ତଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ପନ୍ତ ନିଜ ଡିଫେନ୍ସ ଉପରେ ବିଶ୍ୱାସ କରି ସଠିକ ସମୟରେ ବଡ ସଟ୍ ଖେଳନ୍ତି ।

ସେହିପରି ଇଆନ ବେଲ୍ ମଧ୍ୟ ପନ୍ତଙ୍କ ବ୍ୟାଟିଂକୁ ମ୍ୟାଚ୍ ବିଜୟୀ ଇନିଂସ ବୋଲି କହିଛନ୍ତି ।

   Related Posts