କୋଭିଡ କଟକଣା ସପକ୍ଷରେ ବିଶେଷଜ୍ଞ, ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ୟାନେଲ ଦେଲା ସିନାରିଓ

Published By : Prameya-News7 Bureau | July 04, 2021 IST

ଭୁବନେଶ୍ୱର ୪/୭: କୋଭିଡକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପର୍ଯ୍ୟନ୍ତ କଟକଣା ଜାରି ରହିବା ଆବଶ୍ୟକ । ଭ୍ୟାକ୍ସିନେସନ ଶୀଘ୍ର ଶେଷ କରିବା ଉଚିତ୍ । କାରଣ ତୃତୀୟ ଲହର ମୁକାବିଲାର ମୂଳ ମନ୍ତ୍ର ହେବା ଦରକାର ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଟିକା ନେବା ପାଇଁ ଅନାଗ୍ରହ ବ୍ୟକ୍ତି ମାନେ ସାବଧାନ ରୁହନ୍ତୁ । ସେମାନେ ହେବେ ତୃତୀୟ ଲହର ସଂକ୍ରମଣର ସପୁରସ୍ପେଡ଼ର । ତୃତୀୟ ଲହର ନେଇ କେନ୍ଦ୍ର ସରକାରଙ୍କ କୋଭିଡ 19 ପରାମର୍ଶ ଦାତା କମିଟି ତାହାର ରିପୋର୍ଟ ପ୍ରଦାନ କରିଛି ।

ଏହି କମିଟି ସମସ୍ତ ରାଜ୍ୟ ମାନଙ୍କୁ ସଚେତନ କରିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ନେଇ ତିନୋଟି ସିନାରିଓ ଦେଈଛି ଏହି ପ୍ୟାନେଲ । ସେମାନଙ୍କ ଆକଳନ ଅନୁଯାୟୀ ଅଗଷ୍ଟରେ ସବୁ ଖୋଲିଯିବ । ତେଣୁ ସଂକ୍ରମଣ ବଢିବାର ଚାନ୍ସ ରହିଛି । ପ୍ରଥମ ସିନାରିଓ ଅନୁଯାୟୀ ୫୦ ହଜାରରୁ ୧ ଲକ୍ଷ ଭିତରେ ଦୈନିକ ସଂକ୍ରମଣ ରହିବ । ତୃତୀୟ ଲହର ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପିକ ନେବ ।

ସେକେଣ୍ଡ ସିନାରିଓ ଅନୁଯାୟୀ ଭ୍ୟାକ୍ସିନର ଏଫିକେସି ୨୦ ପ୍ରତିଶତ କମ ରହିବ । ଦୈନିକ ସଂକ୍ରମଣ ୧ ଲକ୍ଷରୁ ଉର୍ଦ୍ଧ୍ବ ରହିବ । ତୃତୀୟ ସିନାରିଓ ଅନୁଯାୟୀ ଯଦି ଓଷ୍ଟ କେସରେ ଯଦି ନୂଆ ଭେରିୟାଣ୍ଟ ଆସିଲା ତେବେ ଏହା ଅଧିକ ସଂକ୍ରମଣ କ୍ଷମତା ରଖିବ । ଯେଉଁଥିରେ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଦୈନିକ ସଂକ୍ରମଣ ଆସିବ । ଏହା ଡ଼ିପେଣ୍ଡ କରିବ ଯଦି ଆମେ ଅଗଷ୍ଟ ମାସରେ ସମ୍ପୂର୍ଣ୍ଣ କଟକଣା କୋହଳ କରିଦେବା ।

ତେଣୁ ଆମେ ଅଗଷ୍ଟ ରେ କଟକଣା କୋହଳ ନ କରିବା ଉଚିତ । ଅଧିକାଂଶ ଲୋକ ଟିକା ନ ନେବା ପର୍ଯ୍ୟନ୍ତ ଏହିପରି କଟକଣା ଜାରି ରଖିବା ଉଚିତ । ଏହା ବି କମିଟି କହିଛି ଯଦି ଦ୍ରୁତ ଟିକା କରଣ ହେବ ତେବେ ତୃତୀୟ ଲହରର ସଂକ୍ରମଣ କମ ରହିବ । ତେଣୁ କୋଭିଡ କଟକଣା ଓ ଇଣ୍ଡୋର ଗ୍ୟାଦରିଙ୍ଗକୁ କଟକଣାରେ ରଖିଲେ ତୃତୀୟ ଲହରରୁ ବର୍ତ୍ତୀ ହେବ ।

ଆଇସିଏମଆର ଷ୍ଟଡ଼ି କହୁଛି କୋଭିଡ ହୋଇଥିବା ଲୋକ ଗୋଟିଏ ଡୋଜ ଟିକା ନେଲେ ତାହାର ଇମ୍ୟୁନିଟି ପାୱାର ବହୁତ ଲମ୍ବା ରହିପାରେ । ଯେଉଁମାନଙ୍କର କୋଭିଡ ହୋଇଛି ସେହିମାନଙ୍କ କ୍ଷେତ୍ରରେ ଟିକା ଅଧିକ କାମ କରୁଛି । ଟିକା ନେବାକୁ ଅନାଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ମାନେ ଭାଇରସ ନୂଆ ମ୍ୟୁଟାଣ୍ଟର ରୂପ ନେବା ପାଇଁ ଏମାନେ ଫ୍ୟାକ୍ଟ୍ରି ହେବେ ବା ମୁଖ୍ୟ କାରଣ ସାଜିବେ । ଏମାନଙ୍କ ଦ୍ୱାରା ଭାଇରସର ନୂଆ ମ୍ୟୁଟେସନ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଆମେ ସମସ୍ତେ ଟିକା ନେବା ନିହାତି ଜରୁରୀ । ଏହା ଦ୍ୱାରା ପାଣ୍ଡେମିକରୁ ମୁକ୍ତି ପାଇ ପାରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.