ଖୋଲା କ୍ଷେତରୁ ମିଳୁଛି ହୀରା, ଶ୍ରମିକ ଏବଂ ଚାଷୀ ହେବାରେ ଲାଗିଛନ୍ତି କୋଟିପତି : ୪୨.୫୯ କ୍ୟାରେଟର ହୀରା ପାଇ ଅଢେଇ କୋଟିରେ ବିକିଲେ ଜଣେ ଦିନ ମଜୁରିଆ

Published By : Prameya-News7 Bureau | December 31, 2018 IST

ପନ୍ନା ୩୧/୧୨ : ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ଊଥଳି ଖାଦାନରେ ଜଣେ ଶ୍ରମିକଙ୍କୁ ୪୨.୫୯ କ୍ୟାରେଟର ହୀରା ମିଳିଛି | ୨.୫୫ କୋଟି ଟଙ୍କାରେ ଏହି ହୀରା ବିକ୍ରି ହୋଇଛି | ଝାନ୍‌ସିର ସୁନା ବ୍ୟବସାୟୀ ରାହୁଲ ଅଗ୍ରୱାଲ ଏହି ହୀରାକୁ କିଣିଛନ୍ତି | ହୀରା ବିକ୍ରି ପାଇଁ ନିଲାମ ହୋଇଥିଲା | ନିଲାମରେ ରାହୁଲ ହୀରାକୁ ୨.୫୫ କୋଟି ଟଙ୍କାରେ କିଣିଛନ୍ତି | ପନ୍ନାସ୍ଥିତ ହୀରା ଯାଂଚ କେନ୍ଦ୍ରକୁ ଆସୁଥିବା ହୀରା ମଧ୍ୟରୁଏହା ପ୍ରଥମ ହୀରା, ଯାହାର ମୂଲ୍ୟ ଅଢେଇ କୋଟିରୁ ଅଧିକ |

{"id":69134}

ଖାଦାନରୁ ମିଳିଥିବା ଆଉ ଏକ ୧୨୫୮ କ୍ୟାରେଟର ହୀରା ୫୪ ଲକ୍ଷ ୩୪ ହଜାର ୫୬୦ ଟଙ୍କାରେ ବିକ୍ରି ହୋଇଛି | କୃଷ୍ନା କଲ୍ୟାଣପୁରର ଖାଦାନରୁ ଗତ ସେପ୍ଟେମ୍ବର ୧୪ ତାରିଖରେ କୃଷକ ପ୍ରକାଶ ଶର୍ମାଙ୍କୁ ଏହି ହୀରାଟି ମିଳିଥିଲା | ଡିସେମ୍ବର ୨୮ ତାରିଖରୁ ଏଠାରେ ହୀରାର ନିଲାମୀ ଚାଲିଛି | ଏପର୍ଯ୍ୟନ୍ତ ପାଖାପାଖି ୪ କୋଟି ଟଙ୍କାର ହୀରା ବିକ୍ରି ହୋଇସାରିଛି |

{"id":69132}

ଗତ ଅକ୍ଟୋବର ୯ ତାରିଖରେ ୪୨.୫୯ କ୍ୟାରେଟର ହୀରା କୃଷ୍ନା କଲ୍ୟାଣପୁର ଗାଁର ପଟି ନାମକ ଖାଦାନରୁ ମିଳିଥିଲା | ଖାଦାନରେ କାମ କରୁଥିବା ଶ୍ରମିକ ମୋତିଲାଲ ପ୍ରଜାପତିଙ୍କୁ ମିଳିଥିଲା | ୨୦୦ ଟଙ୍କା ଲିଜରେ ସେ ଖାଦାନକୁ ୬ ମାସ ପାଇଁ ନେଇଥିଲେ | ୩ ମାସ ଭିତରେ ହିଁ ସେ ଖାଦାନରୁ ହୀରା ପାଇଥିଲେ |

ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୬ କି:ମି: ଦୂର କୃଷ୍ନା କଲ୍ୟାଣପୁର ଅନ୍ତର୍ଗତ ଉଠାଳୀ ଖାଦାନରୁ କୃଷକ ରାଧେଶ୍ୟାମ ସୋନିଙ୍କୁ ଶନିବାର ସକାଳେ ୧୮ କ୍ୟାରେଟ ୧୩ ସେଣ୍ଟର ବହୁମୂଲ୍ୟ ହୀରା ମିଳିଥିଲା | ଏହି ହୀରାର ମୂଲ୍ୟ ଲକ୍ଷାଧିକ ଟଙ୍କା | ଏହାପରେ ଅକ୍ଟୋବର ମାସରେ ଶ୍ରମିକ ମୋତିଲାଲକୁ ୪୨ କ୍ୟାରେଟର ହୀରା ମିଳିଥିଲା |

{"id":69133,"width":598,"height":449}

ହୀରା ଯାଂଚ କାର୍ଯ୍ୟାଳୟ ଅନୁସାରେ ହୀରା ବିକ୍ରି ପରେ ସାଢେ ୧୧ ପ୍ରତିଶତ ରୟାଲ୍ଟି ତଥା ୧ ପ୍ରତିଶତ ଆୟକର ଟ୍ୟାକ୍ସ କଟା ଯାଇଥାଏ | ଜଣେ ବିକ୍ରେତାଙ୍କର ପାନ କାର୍ଡ ନଥିବା ତାହେଲେ ୨୦ ପ୍ରତିଶତ ଟ୍ୟାକ୍ସ କଟା ଯାଇଥାଏ |

ପ୍ରଶାସନର ଅନୁମତିରେ ନିର୍ଧାରିତ ସ୍ଥାନରେ କୃଷକ କିମ୍ବା ଶ୍ରମିକ ପଟ୍ଟାରେ ଜମି ନେଇଥାନ୍ତି | ଏହି ଜମିଗୁଡିକ ଚାଷଜମି ପାଖରେ ଥାଏ | ଏହି ଜମିକୁ ଖୋଳି ପଟ୍ଟାଧାରୀ ହୀରା ଖୋଜିଥାନ୍ତି | ଏହି ସବୁ ଜମିଗୁଡିକୁ ଉଥଲୀ ଜମି ବୋଲି କୁହାଯାଇଥାଏ |

{"id":69137}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.