Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦେଖି ନପାରି ବି ଆଇନଜୀବି : ନାମିଦାମୀ କେସ୍‌ର ଜବରଦସ୍ତ ଓକିଲ

4/12/2019 at 2:29 PM

ନୂଆଦିଲ୍ଲୀ ୪/୧୨: ଜୀବନରେ ସବୁ ଜିନିଷ ଦେଖିବା ଉପରେ ନିର୍ଭର କରିଥାଏ। କଥାରେ ଅଛି ଆଖିରେ ନ ଦେଖିଲେ ବିଶ୍ବାସ କରିହୁଏ ନାହିଁ। ଯଦି ଆପଣ ନିଜ ଭିତରେ ଧୃଷ୍ଟତାକୁ ଦେଖିବେ ତେବେ ପ୍ରୟାସ କେବେ କରିବେ। ଲୋକଙ୍କୁ ନିଜ ଆଖିରୁ ପର୍ଦ୍ଦା ହଟାଇ ଆମଠୁ ଦୟା ଦେଖାଇବା ପରିବର୍ତେ ଆମ ସାମର୍ଥ୍ୟକୁ ଦେଖିବା ଉଚିତ୍। ଏକଥା​‌ କହିଛନ୍ତି ଦୃଷ୍ଟହୀନ ହେବା ସତ୍ବେ ନିଜ ସାମର୍ଥ୍ୟ ଏବଂ ସାହସ ବଳରେ ଓକିଲାତି ଦୁନିଆରେ ନାଁ କମାଇଥିବା ପଙ୍କଜ ସିହ୍ନା।

ପଙ୍କଜ ସିହ୍ନାଙ୍କ ଜୀବନ ପ୍ରାରମ୍ଭିକ ଜୀବନ ଖୁବ୍ କଠିନ ଥିଲା। ତାଙ୍କୁ ଦୃଷ୍ଟିହୀନ ହେବା ଯୋଗୁଁ ଅନେକ ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ିଥିଲା। କିନ୍ତୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ପରେ ମଧ୍ୟ ପଙ୍କଜ ସିହ୍ନା ଆଇନ ଦୁନିଆରେ ସମାଜର ଦୁର୍ବଳ ଲୋକଙ୍କ ସ୍ବର ହୋଇ ଏହି ସ୍ଥାନ ହାସଲ କରିଥିଲେ। ଆଜି ସେ ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ

  • ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଚ୍ୟାମ୍ବରରେ ନେମ ପ୍ଲେଟରେ ହିନ୍ଦୀ ଏବଂ ଇଂରେଜୀ ଭାଷାରେ ତାଙ୍କ ନାଁ ଏବଂ ପଦ ଲେଖା ହୋଇଛି। ଏହା ସହିତ ତାଙ୍କ ନାଁ ବ୍ରେଲି ଲିପିରେ ଅଙ୍କିତ ହୋଇଥିଲା।
  • ପଙ୍କଜ କହିଥିଲେ ଯେ ସେ ଜନ୍ମରୁ ଦୃଷ୍ଟିହୀନ ଥିଲେ,ତେଣୁ ବାପା ମାଆ ତାଙ୍କ ପାଇଁ ସବୁବେଳେ ଚିନ୍ତିତ ରହୁଥିଲେ। ସେମାନେ ଭାବୁଥିଲେ ଯେ ୭ଜଣ ପିଲା ଛୁଆଙ୍କ ମଧ୍ୟରେ ସେ ସବୁଠୁ ପଛରେ ନ ରହିଯାଆନ୍ତୁ।
  • ୩୮ବର୍ଷ ବୟସ୍କ ପଙ୍କଜ ସିହ୍ନା ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ରୁହନ୍ତି। ତାଙ୍କ ବାପା ଅଜିତ ସିହ୍ନା ରେଲଓ୍ବେ କଣ୍ଟ୍ରାକ୍ଟର ଥିଲେ ଏବଂ ମାଆ ଉଷା ଦେବୀ ସରକାରୀ ସ୍କୁଲରେ ପଢ଼ାନ୍ତି।
  • ପଙ୍କଜଙ୍କ ବାପା ମାଆ ତାଙ୍କ ଚିକିତ୍ସା ପାଇଁ ପ୍ରଥମେ ରାଞ୍ଚି ସ୍ଥିତ ସରକାରୀ ହସ୍ପିଟାଲକୁ ଯାଇଥିଲେ। ଏହା ପରେ ପଞ୍ଜାବକୁ ଯାଇଥିଲେ ଏବଂ ଶେଷ ଥର ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ କେଉଁଠାରେ ବି ଚିକିତ୍ସା ହୋଇପାରିନଥିଲା।
  • ପଙ୍କଜ କୁହନ୍ତି ଯେ ତାଙ୍କ ଜେଜେବାପା ତାଙ୍କ ଭାଇମାନଙ୍କୁ କହି ମାଟିର ଅକ୍ଷର ଯେପରିକି ‘କ ଖ ଗ’ କିମ୍ବା ‘ ଏ ବି ସି’ କରୁଥିଲେ ଏବଂ ତାଙ୍କୁ ଏଗୁଡ଼ିକ ଛୁଇଁ ଚିହ୍ନିବାକୁ କହୁଥିଲେ।
  •  ତାଙ୍କୁ ପରିବାର ଲୋକେ ବିଚରା ଭାବି ଦୟା ଦେଖାଉଥିବାବେଳେ ସେ ପିଲାଦିନୁ ନିଜ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଥିଲେ।
  • ୧୯୯୬ମସିହା କଥା ମନେ ପକାଇ ପଙ୍କଜ କହିଥିଲେ ଯେ , ‘ ସେହି ସମୟରେ ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ବଲିଉଡ ଫିଲ୍ମରେ ଓକିଲଙ୍କ ବିଷୟରେ ଶୁଣି ସେ ସେହି ପେଶାରେ ପ୍ରଭାବିତ ହୋଇଥିଲେ। ’
  • ଘର ଲୋକେ ତାଙ୍କୁ ନେଇ ଚିନ୍ତାରେ ରହୁଥିଲେ। କିନ୍ତୁ ତାଙ୍କର ଅପାରଗତା ବିଷୟରେ ତାଙ୍କ ସାମନାରେ କିଛି କହୁନଥିଲେ। କିନ୍ତୁ ତାଙ୍କ ବିଚାରଧାରା ସମସ୍ତଙ୍କଠାରୁ ଭିନ୍ନ ଥିଲା।
  • ସେ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ିବାବେଳେ ଓକିଲାତି କରିବାର ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଘରେ ତାଙ୍କୁ ବିରୋଧ କରିଥିଲେ।
  • ତାଙ୍କ ବାପା ଏଦିଗରୁ ଧ୍ୟାନ ହଟାଇବା ପାଇଁ ତାଙ୍କୁ ଚୃାଲେଞ୍ଜ କରିଥିଲେ ଯେ ଯଦି ତାଙ୍କର ଦିଲ୍ଲୀ ବିଶ୍ବବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରେ ଆଡମିସନ ହୋଇଗଲା ତେବେ ସେ ତାଙ୍କୁ ୫୦ଜାର ଟଙ୍କା ଦେବେ।
  • ତାଙ୍କ ବାପା ତାଙ୍କୁ ଶିକ୍ଷକ କିମ୍ବା କୌଣସି କଲେଜର ପ୍ରଫେସର କରିବାକୁ ଚାହୁଁଥିଲେ।
  • ଟଙ୍କା ଲୋଭରେ ପଙ୍କଜ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଏବଂ ତାଙ୍କର ଆଡମିସନ ସେଣ୍ଟ ଷ୍ଟିଫେନ୍ସ କଲେରେ ହୋଇଯାଇଥିଲା। ତା’ପରେ ସେ ସେଠାରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। କିନ୍ତୁ ପଙ୍କଜଙ୍କ ମନ ସେହି କଳା କୋଟରେ ଅଟକି ଯାଇଥିଲା। ସେ ଯେକୌଣସିମତେ ତାଙ୍କ ବାପାଙ୍କୁ ରାଜି କରାଇଥିଲେ ଏବଂ ଦିଲ୍ଲୀର କ୍ୟାମ୍ପସ୍ ଲ ସେଣ୍ଟରରୁ ଲ ପଢ଼ିଥିଲେ।
  • ପଙ୍କଜ କହିଥିଲେ ଯେ ତାଙ୍କ କଲେଜର ଶିକ୍ଷକ ତାଙ୍କୁ ବହିର ସଫ୍ଟ କପି ଦେଉଥିଲେ ଯାହା ଅଡିଓ ଫର୍ମାଟରେ ରହୁଥିଲା।
  • ପଙ୍କଜର ସାଙ୍ଗମାନେ ମଧ୍ୟ ତାଙ୍କୁ ଖୁବ୍ ସାହାଯ୍ୟ କରିଥିଲେ।
  • ସେମାନେ ତାଙ୍କୁ ବହି ପଢ଼ି ଶୁଣାଉଥିଲେ କିମ୍ବା କୌଣସି ଘରୋଇ କମ୍ପାନୀରୁ ବ୍ରେଲି ଭାଷାରେ ବହି ଛାପୁଥିଲେ।
  • କିନ୍ତୁ ଏହା ବହୁତ ମହଙ୍ଗା ହେଉଥିଲା। ଏଥିପାଇଁ ପଙ୍କଜ କେବଳ ସବୁଠୁ ଜରୁରୀ ବହି ବ୍ରେଲି ଭାଷାରେ ସ୍କ୍ରିପ୍ଟ କରାଉଥିଲେ।
  • ପଙ୍କଜ ସିହ୍ନା ଜଣେ ଏନଜିଓ ଏବଂ ବରିଷ୍ଠ ଦୃଷ୍ଟିହୀନ ଓକିଲଙ୍କ ସହ କାମ କରିବା ପରେ ନିଜ ଓକିଲାତି ଆରମ୍ଭ କରିଥିଲେ।
  • ସେ କହିଥିଲେ ଯେ ପ୍ରଥମେ ଲୋକେ ସଙ୍କୋଚ କରିଥିଲେ। କିନ୍ତୁ ତାଙ୍କ ଭଲ ଓକିଲାତି ପାଇଁ ପାଖାପାଖି ଗୋଟିଏ କିମ୍ବା ଦୁଇଟି ମିଟିଙ୍ଗରେ ସେ କେସ୍ ନିଜ ନାଁରେ କରୁଥିଲେ।
  • ପଙ୍କଜ ସିହ୍ନା ହିଁ ସେହି ଓକିଲ ଯିଏ ୨୦୧୧ମସିହାରେ ବଧିର ଲୋକଙ୍କୁ ଗାଡ଼ି ଚଲାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିବା ଅଧକାରରେ କେସ୍ ଲଢ଼ିଥିଲେ ଏବଂ ଜିତିଥିଲେ ମଧ୍ୟ। ଏହି କେସ୍ ଖୁବ୍ ପ୍ରସିଦ୍ଧ ହୋଇଥିଲା।
  • ଗୋଟିଏ କେସରେ କାମ କଲେ ଆଉ ଏକ ଚ୍ୟାଲେଞ୍ଜ ଆସିଯାଇଥାଏ ପୁଣି ଏହାକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ।
  • ପଙ୍କଜ ସିହ୍ନା କହିଥିଲେ ଯେ ‘ଆପଣ ଚାହିଁଲେ ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟ,ଭାରତର ଯେକୌଣସି କୋର୍ଟ ବିଷୟରେ କୁହନ୍ତୁ, ଦୃଷ୍ଟିହୀନ ଓକିଲଙ୍କ ସୁବିଧା ବିଷୟରେ କହେି ଭାବିନଥାଆନ୍ତି।
  • ସେ ନିଜ କେସ୍ ପାଇଁ ନିଜେ ବ୍ରେଲିରେ ଲେଖି ନୋଟ କରୁଛନ୍ତି। ଏହା ସହିତ ତାଙ୍କ ବିପକ୍ଷରେ ଥିବା ଓକିଲଙ୍କ କାଗଜପତ୍ରର କପି ମଧ୍ୟ ସେ ନିଜେ କରିଥାଆନ୍ତି।
  • ଏହା ପରେ ତାଙ୍କ ସହିତ କାମ କରୁଥିବା କନିଷ୍ଠ ଓକିଲଙ୍କଠୁ ରିସର୍ଚ୍ଚ କରାଇଥାଆନ୍ତି।
  • ପଙ୍କଜ କହିଥିଲେ ଯେ ସୁବିଧା ନାଁରେ କେବଳ ତାଙ୍କ ପାଇଁ ରାସ୍ତାର ସୁବିଧା ପାଇଁ ରାମ୍ପ କରାଯାଇଛି ଏବଂ ଲିଫ୍ଟର ସୁବିଧା ରହିଛି।
  • କିନ୍ତୁ ଓକିଲଙ୍କ ଲାଇବ୍ରେରୀରେ କିଛି ପୁସ୍ତକକୁ ଛାଡ଼ିଦେଲେ ବ୍ରେଲି ପୁସ୍ତକ ଉପଲବ୍ଧ ନାହିଁ।
  •  

   Related Posts