Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ପଞ୍ଜଶୀର ‘ସିଂହ’ଙ୍କ ବଡ଼ ବୟାନ, କହିଲେ- ଆମେ ଏବେ ବଞ୍ଚିଛୁ, କେବେ ବି ଫେରିପାରନ୍ତି ହଜାର ହଜାର ତାଲିବାନ ବିରୋଧୀ ଯୋଦ୍ଧା

8/09/2021 at 10:14 PM

କାବୁଲ ୮/୦୯: ଆଫଗାନିସ୍ତାନରେ ତାଲିବାନ ବିରୋଧୀ ଲଢ଼େଇର ନେତୃତ୍ବ ନେଉଥିବା କମାଣ୍ଡର ଅହମଦ ମସୁଦଙ୍କ ଦାଦା ବଡ଼ ବୟାନ ଦେଇଛନ୍ତି। ତାଙ୍କ ମତରେ ତାଲିବାନ ବିରୋଧୀ ହଜାର ହଜାର ଫାଇଟର ପଞ୍ଜଶୀର ଘାଟିକୁ କୌଣସି ସମୟରେ ଫେରିପାରନ୍ତି। ଏହି ସବୁ ଫାଇଟରଙ୍କ ପାଇଁ ଅନ୍ତର୍ଜାତୀୟ ସମର୍ଥନ ଲୋଡ଼ାଯାଇଥିବା ସେ କହିଛନ୍ତି। ଆଫାଗାନିସ୍ତାନକୁ ସମ୍ପୂର୍ଣ୍ଣ କବଜା ନେଇ ତାଲିବାନ କରିଥିବା ଘୋଷଣାର ଗୋଟିଏ ଦିନ ପରେ ଅହମଦ ବଲୀ ମସୁଦ ସ୍ବିଜରଲ୍ୟାଣ୍ଡରେ ଏହି ଘୋଷଣା କରିଛନ୍ତି।

ମସୁଦ ଜେନିଭାରେ କହିଛନ୍ତି, ‘ଘାଟିରେ ଏବେ ବି ଆମ ପାଖରେ ହଜାର ହଜାର ଯୋଦ୍ଧା ଅଛନ୍ତି । ସେମାନେ କୌଣସି ସମୟରେ ଫେରିପାରନ୍ତି । ଆମେ ପ୍ରକୃତରେ ଆହତ ହୋଇଛୁ କିନ୍ତୁ ଆମେ ମରିନାହୁଁ। ଆମେ ଏବେ ବି ଜୀବିତ ଅଛୁ।’ ସେ ଆହୁରି ମଧ୍ୟ କହିଛନ୍ତି, ‘ପଞ୍ଜଶୀର କେବଳ ଗତିରୋଧ ନୁହେଁ ଏହା ଏକ ପ୍ରସଙ୍ଗ। ଆମେ ଆମର ସ୍ବାଧୀନତା ପାଇଁ, ମାନବାଧିକାର ପାଇଁ ଲଢ଼େଇ କରୁଛୁ।

ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ବୋଧହୁଏ ଏହା ଶେଷ ସୁଯୋଗ। ତେଣୁ ଆମେ ଅବରୋଧ କରିବା ଛାଡ଼ିବୁ ନାହିଁ।’ ମସୁଦ ସୋଭିଏତ-ବିରୋଧୀ ଏବଂ ତାଲିବାନ-ବିରୋଧୀ କମାଣ୍ଡର ଥିବା ଦିବଂଗତ ଅହମଦ ଶାହ ମସୁଦଙ୍କ ଭାଇ । ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର କିଛି ଦିନ ପୂର୍ବରୁ ଅଲକାଏଦା ଦ୍ବାରା ଅହମଦ ଶାହା ମସୁଦଙ୍କୁ ହତ୍ୟା କରାଯାଇଥିଲା। ଶାହା ମସୁଦଙ୍କ ପୁଅ ଅହମଦ ମସୁଦ ପଞ୍ଜଶୀର ଘାଟିରେ ତାଲବାନ ବିରୋଧୀ ଲଢ଼େଇର ନେତୃତ୍ବ ନେଉଛନ୍ତି।  

   Related Posts