Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଦିଲ୍ଲୀ ପରେ ପଞ୍ଜାବରେ ନାଇଟ କର୍ଫ୍ୟୁ, ରାତି ୯ରୁ ସକାଳ ୫ ଯାଏଁ କଟକଣା

7/04/2021 at 2:49 PM

ଚଣ୍ଡୀଗଡ ୭|୪: ଦେଶରେ ଉଗ୍ର ରୂପ ନେବାରେ ଲାଗିଛି ମହାମାରୀ ଭୂତାଣୁ । ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ପଲ୍ଲୀରୁ ଦିଲ୍ଲୀ ସବୁଠି ପ୍ରତିବନ୍ଧକ ଲଗାଯାଇଛି । ଏପରିକି ଦିଲ୍ଲୀ ପରେ କରୋନା ଭୟାବହତାକୁ ଦେଖି ପଞ୍ଜାବରେ ଲାଗିଲା ନାଇଟ କର୍ଫ୍ୟୁ । ରାତି ୯ରୁ ସକାଳ ୫ ଯାଏଁ ସବୁଠି ରହିବ ସଟରଡାଉନ୍ ।

ଏମିତିକି ଏଠାରେ ରାଜନୈତିକ ସଭା ସମିତି ଉପରେ ରୋକ୍ ଲଗାଇଛନ୍ତି ସରକାର । ଆସନ୍ତା ଏପ୍ରିଲ୍ ୩୦ ଯାଏଁ ଏହି କଟକଣା ବଳବତ୍ତର ରହିବ। ପୂର୍ବରୁ ଦିଲ୍ଲୀରେ ରାତି ୧୦ରୁ ସକାଳ ୫ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଘୋଷାଣା ହୋଇଛି । ଏହି ସମୟରେ ସ୍କୁଲ୍ କଲେଜ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ହୋଇଛି । ଆଗକୁ ୟୁପିରେ ମଧ୍ୟ ନାଇଟ କର୍ଫ୍ୟୁ ହେବାର ଅନୁମାନ କରାଯାଉଛି । ଭୂତାଣୁର କାୟା ବୃଦ୍ଧିପାଉଥିବାରୁ ଆହ୍ଲାବାଦ ହାଇକୋର୍ଟ କର୍ଫ୍ୟୁ ଘୋଷଣା କରିବାକୁ ସରକାରଙ୍କୁ ବିଚାର କରିବାକୁ କହିଛନ୍ତି । ତେବେ ଏହି ସବୁ ସ୍ଥାନରେ କୋଭିଡ୍ ଗାଇଡଲାଇନ୍ କଡାକଡି ପାଳନ କରିବାକୁ କୁହାଯାଉଛି ।    

   Related Posts