Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଶହେ କୋଟି ଟଙ୍କାରେ ନିର୍ମିତ ହେଉଛି ‘ପାନିପତ୍’, ପ୍ରଯୋଜକ କହିଲେ ସବୁଠୁ ଅଧିକ ଖର୍ଚ୍ଚ ହୋଇଛି ସେଟ୍, କଷ୍ଟ୍ୟୁମ ଓ ତୋପରେ

7/09/2019 at 7:39 PM

ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍ ଯୁଦ୍ଧକୁ କେନ୍ଦ୍ର କରି ନିର୍ମାଣାଧୀନ ଫିଲ୍ମ ‘ପାନିପତ୍ ’ ଏବେ ବଲିଉଡର ସବୁଠୁ ଚର୍ଚ୍ଚିତ ପ୍ରକଳ୍ପ ମଧ୍ୟରେ ଅନ୍ୟତମ । ଭିଜନ ୱାର୍ଲଡ ଫିଲ୍ମସର ମାଲିକ  ରୋହିତ ଶୋଲତକର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି।ତେବେ ଆସନ୍ତୁ ଜାଣିବା କ’ଣ ପାଇଁ ଖାସ ହେବ ଏହି ଫିଲ୍ମ।

ପ୍ରଯୋଜକ ରୋହିତ କହନ୍ତି ପାନିପତ ଯୁଦ୍ଧର ଏହି କାହାଣୀକୁ ସେ ୨୦୧୦ ମସିହାରେ ପଢିଥିଲେ। ମରାଠା ଓ ଆଫଗାନ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଗୋଟିଏଦିନରେ ଉଭୟ ପକ୍ଷରୁ ୧ ଲକ୍ଷରୁ ଅଧିକ ସୈନିକ ଶହିଦ ହୋଇଥିଲେ। କାହାଣୀ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଏଥିଲାଗି ସେ ଯୋଜନା ପ୍ରସ୍ତୁତ କରିବା ସହ ଏବେ ଫିଲ୍ମର ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି।  ଏହାର ବଜେଟ ୧ଶହ କୋଟିରୁ ଅଧିକ ହେବ ବୋଲି କହିଛନ୍ତି ପ୍ରଯୋଜକ ।

ଏହି ଫିଲ୍ମ ଲାଗି ଐତିହାସିକ ପାଣ୍ଡୁରଙ୍ଗ ବଲକୱାଡେ ରିସର୍ଚ୍ଚ ୱାର୍କ କରିଥିବା ବେଳେ ସେ ସମୟର ପୋଷାକ, ଅସ୍ତ୍ରଶସ୍ତ୍ର, ପଶୁ ଓ ଲୋକଙ୍କ କଷ୍ଟ୍ୟୁମ ଡିଜାଇନ କରାଯାଇଛି। ଆଫଗାନ ସୈନିକମାନେ ସେତେବେଳେ ‘ଜମ୍ବୁରେକ୍’ ନାମକ ଏକ ଲମ୍ବା ପିସ୍ତଲ ବ୍ୟବହାର କରୁଥିଲେ, ଯାହାକୁ ଫିଲ୍ମ ଲାଗି ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। କେବଳ ସେତିକି ନୁହେଁ ମରାଠା ସେନାର ଆର୍ଟିଲେରୀ ବି ଫିଲ୍ମ ଲାଗି ନିର୍ମାଣ କରିବାକୁ ପଡିଛି ପ୍ରଯୋଜକଙ୍କୁ। ଯେଉଁଥି ଲାଗି ବିପୁଳ ବ୍ୟୟ ଭାର ବହନ କରିବାକୁ ହେଉଛି।

ଏହି ଫିଲ୍ମର ସବୁଠାରୁ ବଡ ଆକର୍ଷଣ ହେବ ଶନିବାରୱାଡା। ମରାଠା ଦୀର୍ଘ ୨୨  ବର୍ଷ ଲାଗି ଏହି ଭବ୍ୟ ଭବନ ନିର୍ମାଣ କରିଥିଲେ। ଯାହାର ଅବିକଳସେଟ୍ ଡିଜାଇନ କରାଯାଇଛି। ଯେଉଁଥିରେ ସପ୍ତମହଲା ମହଲ ବି ରହିଛି ବୋଲି ପ୍ରଯୋଜକ କହିଛନ୍ତି। ବିପୁଳ ବ୍ୟୟରେ ନିର୍ମିତ ହେଉଥିବା ଏହି ଐତିହାସିକ ଫିଲ୍ମ ରେ ସଞ୍ଜୟ ଦତ୍ତ, କିର୍ତ୍ତି ସାନନ, ଅର୍ଜୁନ କପୁର, ଜିନତ ଅମାନ, ପଦ୍ମିନୀ କୋହ୍ଲାପୁରେ ଓ ମିଲିନ୍ଦ ଗୁଣାଜୀ ପ୍ରମୁଖ ଅଭିନୟ କରୁଛନ୍ତି।   

   Related Posts