୩୦ଟଙ୍କାରେ ମିଳୁଛି ରେମ୍‌ଡେସିଭର, ପୋଷ୍ଟର ଲଗାଇ କମାଇଲେ ୫ କୋଟି, ମାଷ୍ଟରମାଇଣ୍ଡ ସହ ୩ ଗିରଫ

Published By : Prameya-News7 Bureau | July 04, 2021 IST

ପାନିପତ, ୦୪/୦୭: କରୋନାର ଦ୍ୱିତୀୟ ଲହର ମଧ୍ୟରେ ସାରା ଦେଶରେ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ଲୋକଙ୍କୁ କରୋନା ଟିକା ନାମରେ ଚୁନ ଲଗାଉଛନ୍ତି ଔଷଧ ବେପାରୀ । ଆଣ୍ଟିବାୟୋଟିକ୍‌ ଶିଶି ଉପରେ ରେମଡେସିଭରର ପୋଷ୍ଟର ଲଗାଇ ପାଞ୍ଚ କୋଟି କମାଇଥିବା ତିନିଜଣ ଏବେ ଧରାପଡ଼ିଛନ୍ତି । ଏହି କାମରେ ଲିପ୍ତ ଥିବା ମୁଖ୍ୟ ଅଭିଯୁକ୍ତ ମୁଜାଫରନଗର ନିବାସୀ ମହମ୍ମଦ ରାହୱାରକୁ ପାନିପତ ସିଆଇଏ ଗିରଫ କରିଛି । ଏଥି ସହିତ ତା ସହିତ ସାମିଲ୍‌ ଥିବା ଅନ୍ୟ ତିନିଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇଜଣ ଉତ୍ତରପ୍ରଦେଶର ହୋଇଥିବା ବେଳେ ଆଉ ଜଣେ ପଞ୍ଜାବ ମୋହାଲିର ହୋଇଥିବା ଜଣାପଡ଼ିଛି । ଏସମସ୍ତ ଇଞ୍ଜେକସନ୍‌ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ବିକ୍ରି କରାଯାଇଛି । ପୋଲିସ୍‌ ମହମ୍ମଦ ଠାରୁ ପାଖାପାଖି ୪୮ ଲକ୍ଷଟଙ୍କା ମଧ୍ୟ ଜବତ କରିବା ସହିତ ତାକୁ ରିମାଣ୍ଡରେ ନେଇଛି ।

ପାନିପତ ପୋଲିସ୍‌ ଅଧିକ୍ଷକ ଶଶାଙ୍କ କୁମାର ଏନେଇ କହିଛନ୍ତି ଯେ, ମହମ୍ମଦ ହାଇଦ୍ରାବାଦ ସ୍ଥିତ ରେମଡେସିଭର ପ୍ରସ୍ତତ କରୁଥିବା ମୂଳ କମ୍ପାନୀ ହେଟ୍ରିଜେଟ୍‌କୁ ୩୦ ହଜାର ଇଞ୍ଜେକ୍‌ସନର ଅର୍ଡର ଦେଇଥିଲେ । ଯାହାକୁ ପରେ କମ୍ପାନୀ ରିଜେକ୍ୟ କରିଦେଇଥିଲା । ଏହାପରେ ନକଲି ରେମଡେସିଭର୍ ପାଇଁ ଯୋଜନା ରଚାଯାଇଥିଲା । ପଞ୍ଚକୁଲା ସ୍ଥିତ ସେନ୍‌ୱେଟ୍‌ ଫାର୍ମା ଠାରୁ ଜ୍ୱରରେ ଦିଆଯାଉଥିବା ଆଣ୍ଟିବାୟୋଟିକ୍‌ ପିପରଟେଜୋର ୩୦ ହଜାର ଇଞ୍ଜେକସ୍‌ନ ଅର୍ଡର ଦେଇଥିଲା । ଯେଉଁଥିରେ ତାକୁ ୧୨ ହଜାର ଇଞ୍ଜକ୍‌ସନ ମିଳିଥିଲା । ଶିଶି ଗୁଡ଼ିକୁ ପାଣିରେ ରଖି ଲାଗିଥିବା ଷ୍ଟିକର ଆଡ଼େଇ ରେମ୍‌ଡେସିଭରର ଷ୍ଟିକର ଲଗାଇ ବଜାରରେ ବିକ୍ରି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.