ହଟହଟା ହେଲେ ପାଣିକୋଇଲି ଥାନା ଅଧିକାରୀ, ଲୋକେ କହିଲେ 'ଏଠାରେ ନାଗିନ୍ ନାଚ'

Published By : Prameya-News7 Bureau | April 09, 2021 IST

ପାଣିକୋଇଲି, ୦୯/୦୪: ଦୁର୍ଘଟଣାସ୍ଥଳକୁ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ହଟହଟା ହେଲେ ପାଣିକୋଇଲି ଥାନା ଅଧିକାରୀ। ନାଗିନ୍ ଡ୍ୟାନ୍ସକୁ ନେଇ ଲୋକେ କଲେ ଟାହି ଟାପରା । ଏପରି  ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି ଥାନା ବାବୁ ।  ଷଠିପୁର ନିକଟରେ ଏକ ଦୁର୍ଘଟଣା ସ୍ଥଳକୁ ଯାଇଥିବା ବେଳେ ଏହି ବିଷମ ପରିସ୍ଥିତି ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଗତ କିଛି ଦିନ ତଳେ ପାଣିକୋଇଲି ଥାନାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ପୋଲିସ ବାବୁ ମାନେ ଥାନା ଭିତରେ ନାଗିନ୍ ଡ୍ୟାନ୍ସ କରୁଥିଲେ । ଆଇଆଇସିଙ୍କଠୁ ଆରମ୍ଭ କରି ହୋମଗାର୍ଡ ଯାଏଁ ସମସ୍ତେ ନାଚରେ ମସଗୁଲ ଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଚହଲ ପକାଇଥିଲା ।ଏପରିକି ଯାଜପୁର ଏସପି ରାହୁଲ ପିଆର ଜଣେ ଏଏସଆଇଙ୍କୁ ନିଲମ୍ବନ ମଧ୍ୟ କରିଥିଲେ ।

ତେବେ ଶୁକ୍ରବାର ପାଣିକୋଇଲି ଥାନା ଅଧିକାରୀ ଷଠିପୁର ନିକଟରେ ଘଟିଥିବା ଏକ ଦୁର୍ଘଟଣାସ୍ଥଳକୁ ଯାଇଥିଲେ।କିନ୍ତୁ ସେଠାରେ ଲୋକମାନେ ତାଙ୍କୁ ନାଗିନ୍ ନାଚୁଥିବା ଇନସପେକ୍ଟର କହି ପ୍ରଥମ ଟାହି ଟାପରା କରିଥିଲେ।ପରେ କିଛି ଯୁବକ ଇନସପେକ୍ଟରଙ୍କୁ ନାଗିନ୍ ନାଚ ପାଇଁ ଗାଳିଗୁଲଜ କରିବା ସହ ଏଠାରେ ତାଙ୍କୁ  ଏଇଠି ନାଗିନ୍ ନଚା କହି ଆକ୍ରମଣ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ଇନସପେକ୍ଟରଙ୍କୁ କିଛି ବାଟ ଚଲାଇ ଚଲାଇ ନେଇଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.