Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ସମଗ୍ର ରାଜ୍ୟରେ ଟ୍ରାଫିକ ନିୟମ ଓ ଫାଇନକୁ ନେଇ ଆତଙ୍କର ବାତାବରଣ, ଶୁଣନ୍ତୁ କଣ କହୁଛନ୍ତି ଲୋକେ…

7/09/2019 at 4:32 PM

ଯାଜପୁର୭|୮: ବ୍ରହ୍ମପୁରରୁ ବାଲେଶ୍ବର, ଜୟପୁରରୁ ଯାଜପୁର ସବୁଠି ନୂଆ ମୋଟର ଯାନ ଆଇନକୁ ନେଇ ଭୟର ବାତାରବରଣ । ଗାଡ଼ି ଧରି ବାହାରକୁ ବାହାରିଲେ ଡର ଲାଗୁଛି । କାରଣ ଯଦି ଟ୍ରାଫିକ ହାବୁଡ଼ରେ ପଡ଼ିଗଲେ କଥା ସରିଲା । ଏଇଟା ନାହିଁ, ସେଇଟା ଦେଖାଅ ଏମିତି କହିବା ପରେ ଲମ୍ବା ଚିରୁକୁଟି ଧରେଇଦେଉଛି ଟ୍ରାଫିକ । ଫାଇନ ଆମାଉଣ୍ଟ ଦେଖି ଲୋକଙ୍କର ବି ହୋସ୍ ଉଡ଼ିଯାଉଛି । କିଛି ଗାଡ଼ି ଚାଳକ ମୋଟା ଅଙ୍କର ଫାଇନ୍ ଗଣି ସାବାଡ୍ ହେଉଥିବା ବେଳେ ଆଉ କିଛି ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

ନୂଆ ଟ୍ରାଫିକ ନିୟମ ପରେ ସାଇଜ୍ ହୋଇଗଲେଣି ଅନେକ ଗାଡ଼ି ଚାଳକ ।  ନିୟମ ନମାନି ଗାଡ଼ି ଚଳାଉଥିବାରୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି ।ଫାଇନ୍ ଗଣି ପକେଟ୍ ଫାଙ୍କା  । ଘୋଡ଼ା ଛ ଟଙ୍କାକୁ ଦାନା ୯ ଟଙ୍କା ଭଳି ଅବସ୍ଥା ହେଲାଣି ।

 ଯାଜପୁରର ପ୍ରତି ଛକ ବଜାରରେ ଦୁଇ ଧରି ଟ୍ରାଫିକ ନିୟମ ବାବଦରେ ଭଲଭାବେ ଲୋକଙ୍କୁ ସଚେତନ କରାଗଲା । ଆଉ ତାପରେ ଆରମ୍ଭ ହୋଇଛି ଯାଞ୍ଚ ଏବଂ ଧରପଗଡ଼ । ଡ୍ରାଇଭିଙ୍ଗ ଲାଇସେନ୍ସ, ଇନ୍ୟୁସୁରାନ୍ସ, ଆରସି ବୁକ୍ ଆଦି ପାଇଁ ଅଲଗା ଅଲଗା ଫାଇନ୍ ରହିଛି । ତେବେ ଲୋକଙ୍କୁ ସଚେତନ କରିବାକୁ ପ୍ରଥମ ଥର ନିୟମ ଉଲ୍ଲଂଘନକାରୀଙ୍କୁ ୫ ଶହ ଟଙ୍କାର ଫାଇନ୍ କଟାଯାଇଛି ।

ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ବାହାର କରିଛନ୍ତି ରାଲି ।   ଏତେ  ସଚେତନତା ପରେ ବି ନିୟମ ଉଲଂଘନ କରିଥିବା ଗାଡି ଚାଳକମାନେ ୫୦୦ ଟଙ୍କା ଫାଇନ ଦେଇ ମଧ୍ୟ ନିଜର ଭୁଲକୁ ସ୍ଵୀକାର କରୁଛନ୍ତି ।ଏପରି ପଦକ୍ଷେପ ପାଇଁ ସରକାରଙ୍କୁ ପ୍ରଶଂସା କରିଛନ୍ତି ଅନେକ ଗାଡ଼ି ଚାଳକ । ଏପରି  ପଦକ୍ଷେପ ବହୁ ଆଗରୁ ନେବାର ଥିଲା ବୋଲି କହିଛନ୍ତି            ।

   Related Posts