କ'ଣ ହେଉଛି କାଶ୍ମୀରରେ ? ସ୍ପଷ୍ଟ କରୁନାହାନ୍ତି ସରକାର… ଖେଳିଗଲାଣି ଅଜଣା ଭୟ : ସ୍ଥାନୀୟ ଲୋକେ ଅତି ଆବଶ୍ୟକ ସାମଗ୍ରୀ ଘରେ ମହଜୁଦ କରିବାରେ ଲାଗିଲେ

Published By : Prameya-News7 Bureau | August 03, 2019 IST

ନୂଆଦିଲ୍ଲୀ ୩|୮:  ଜାମ୍ମୁ କାଶ୍ମୀରରେ ଭୟର ବାତାବରଣ । ସମ୍ଭାବ୍ୟ ଆତଙ୍କୀ ହମ୍‌ଲାକୁ ଆଖିରେ ରଖି ଜାମ୍ମୁ କାଶ୍ମୀର ଗୃହ ସଚିବ ଆଡଭାଇଜରି ଜାରିକରିବା ପରେ ଏଭଳି ସ୍ଥିତି । ଅମରନାଥ ଯାତ୍ରା ସ୍ଥଗିତ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ଯଥାଶୀଘ୍ର କାଶ୍ମୀର ଘାଟି ଛାଡିବାକୁ ଆଡଭାଇଜରୀର କୁହାଯାଇଛି । ଫଳରେ ଅମରନାଥ  ଯାତ୍ରୀ ଓ ପର୍ଯ୍ୟଟକ ଅଧାରୁ ଫେରିବା ଆରମ୍ଭ କରିଛନ୍ତି । କାଶ୍ମୀରର ବଡଧରଣର ଅପରେସନ୍ ପାଇଁ ଚାଲିଛି ପ୍ରସ୍ତୁତି ।ତେଣୁ ପେଟ୍ରୋଲ୍‌ ପମ୍ପ, ଏଟିଏମ୍‌ଗୁଡିକରେ ଲମ୍ବା ଧାଡି ଦେଖିବାକୁ ମିଳିଛି ।

{"id":140448}

ଜାମ୍ମୁ କାଶ୍ମୀରରେ ଅଜଣା ଭୟ । ବାତିଲ୍‌ ହୋଇଛି ଅମରନାଥ ଯାତ୍ରା । ଅମରନାଥ ଯାତ୍ରା ସ୍ଥଗିତ କରିବାକୁ ଜାମ୍ମୁ-କାଶ୍ମୀର ଗୃହସଚିବ ଆଡଭାଇଜରି ଜାରି କରିବା ପରେ, ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକ ଯାତ୍ରା ଅଧାରୁ ଫେରିବା ଆରମ୍ଭ କରିଛନ୍ତି । ଆଡଭାଇଜରୀରେ କୁହାଯାଇଛି ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। ଅମରନାଥ ଯାତ୍ରୀଙ୍କୁ ଶୀଘ୍ର କାଶ୍ମୀର ଘାଟି ଛାଡିବାକୁ କୁହାଯାଇଛି ।

{"id":140449}

ଏହା ପରେ ଯାତ୍ରୀଙ୍କ ବ୍ୟସ୍ତତା ବଢିବା ଯୋଗୁଁ ବିମାନ ଭଡା ମଧ୍ୟ ଆକାଶ ଛୁଆଁ ହୋଇଛି । ଯେପରି ଯାତ୍ରୀଙ୍କ ଅସୁବିଧା ନହୁଏ ଜମ୍ମୁ କାଶ୍ମୀର ଏୟାରପୋର୍ଟ ଅଥରିଟି ବୈଠକ କରି ଏୟାରଲାଇନ୍ସକୁ ସଜାଗ ରହିବାକୁ କହିଛନ୍ତି । ଅଧିକ ବିମାନ ସେବା ଯୋଗାଇବାକୁ ସ୍ଥିର ହୋଇଛି । ଯାତ୍ରୀମାନେ କିଭଳି ସୁରକ୍ଷିତ ଏବଂ ସୁବିଧାରେ ଫେରିପାରିବେ ସେଥିଲାଗି ସ୍ଥିତି ଉପରେ ନଜର ରଖାଯାଇଥିବା DGCA କହିଛନ୍ତି।

{"id":140450}

ଜାମ୍ମୁ କାଶ୍ମୀରରେ ଭୟର ଗୁଜବ ଖେଳି ଯାଇଛି । କିଛି ଅଘଟଣ ଆଶଙ୍କାରେ ସ୍ଥାନୀୟ ଲୋକେ ଅତି ଆବଶ୍ୟକ ସାମଗ୍ରୀ ଘରେ ମହଜୁଦ କରିବାରେ ଲାଗିଛନ୍ତି । ଜାମ୍ମୁ କାଶ୍ମୀରର କେତେକ ସ୍ଥାନର ଲୋକେ ପେଟ୍ରୋଲ ପମ୍ପ ଏବଂ ଏଟିଏମ୍ ରେ ଭିଡ ଲଗାଇଛନ୍ତି । ସେହିଭଲି ଗୁଲମାର୍ଗର ବିଭିନ୍ନ ହୋଟେଲରେ ରହୁଥିବା ଯାତ୍ରୀଙ୍କୁ ହୋଟେଲ ଖାଲି କରିବା ପାଇଁ କୁହାଯାଇଛି। ଜାମ୍ମୁ କାଶ୍ମୀରରେ ବଡ ଧରଣର ଅପରେସନ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଛି । ତେବେ ଏହି ଅପରେସନ କେଉଁଥି ପାଇଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଧାରା ୩୫-ଏ ଉଚ୍ଚେଦ ନେଇ ସରକାର ଯୋଜନା କରୁଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରାଯାଉଥିବା ନେଇ ବି ଆଶଙ୍କା କରାଯାଉଛି ।

{"id":140451}

ସେପଟେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କାଶ୍ମୀର ଛାଡିବା ପାଇଁ ଜାରି କରାଯାଇଥିବା ନିର୍ଦେଶନାମାକୁ ଗମ୍ଭୀରତାର ସହ ନିଆଯିବା ଆବଶ୍ୟକ । କେନ୍ଦ୍ରଗୃହ ମନ୍ତ୍ରଣାଳୟ ଓ ସେନା କାଶ୍ମୀର ପ୍ରସଙ୍ଗକୁ ନେଇ ତତ୍ପରତା ପ୍ରକାଶ କରିବା ଘାଟିରେ ବାତାବରଣକୁ ଉଷ୍ମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.