କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୪ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | February 02, 2020 IST

ସମ୍ବଲପୁର ୦୨।୦୨: କେନାଲରେ ବୁଡି ଯୁବକ ମୃତ । ସମ୍ବଲପୁର ଶାସନଥାନା ଅଞ୍ଚଳରେ ଥିବା ଶାସନ କେନାଲରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଶାସନଥାନା ଅନ୍ତର୍ଗତ କରନଟୋଲି ଗାଁର ବସନ୍ତ ମୁଣ୍ଡା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶାସନ କେନାଲରେ ଗାଧୋଉଥିବା ବେଳେ ଯୁବକ ନିଖୋଜ ହୋଇଯାଇଥିଲେ । କେନାଲରେ ପ୍ରବଳ ସୁଅ ଆସିବାରୁ ଭାସି ଯାଇ ନିଖୋଜ ହୋଇଯାଇଥିଲେ ବସନ୍ତ । ସମ୍ବଲପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବସନ୍ତଙ୍କୁ ଖୋଜଖୋଜି ଆରମ୍ଭ କରିଥିଲା । ତେବେ  ଦୀର୍ଘ ୪ ଘଣ୍ଟାର ଖୋଜାଖୋଜି ପରେ ବସନ୍ତଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.