ଡ଼ାକ୍ତରଙ୍କ ସିଟ୍‌ରେ ଫାର୍ମାସିଷ୍ଟ: ପାଣିରେ ପଡ଼ୁଛି ଲୋକଙ୍କ ଟଙ୍କା

Published By : Prameya-News7 Bureau | February 21, 2020 IST

ତୁରେକେଲା୨୧/୨: ଗ୍ରାମାଂଚଳରେ ସ୍ବାସ୍ଥ୍ୟ ସେବା ପାଇଁ ପାଣି ଭଳି ପଇସା ଖର୍ଚ୍ଚ ହେଉଛି । ହେଲେ ପରିତାପର ବିଷୟ ମାଓ ପ୍ରବଣ ଅଞ୍ଚଳ ତୁରେକେଲାରେ ଚିକିତ୍ସା ପାଉନାହାନ୍ତି ଲେ।କ । ଡାକ୍ତର ପଦବି ଖାଲି ପଡିଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଗେ।ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।

ମାଓ ପ୍ରବଣ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡି। ସର୍ବ ପୁରାତନ ଏହି  ଡାକ୍ତରଖାନା ଉପରେ ନିର୍ଭର କରନ୍ତି ୨ଟି ବ୍ଲକର ଲେ।କ । କିନ୍ତୁ ବର୍ଷ ବର୍ଷ ଧରି ଏଠାରେ ଖାଲି ପଡିଛି ଡାକ୍ତର ପଦବି । ପୂର୍ବରୁ ୩ଜଣ ଡାକ୍ତର ଥିବା ବେଳେ ନିକଟରେ ସେମାନଙ୍କ ବଦଳି ହେ।ଇଛି । କିନ୍ତୁ ଖାଲି ପଡିଥିବା ପଦବି ପୁରଣ ପାଇଁ କାହାର ଉଦ୍ୟମ ନାହିଁ । ଡାକ୍ତର ନଥିବାରୁ ଫାର୍ମାସିଷ୍ଟ କାମ ଚଳାଉଛନ୍ତି । ଜ୍ବର, କାଶକୁ ଛାଡିଦେଲେ ବାକି ରେ।ଗ ପାଇଁ ଚିକିତ୍ସା ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ବାଧ୍ୟ ହେ।ଇ ବଲାଙ୍ଗୀର ଯାଇ ବ୍ୟୟ ବହୁଳ ଚିକିତ୍ସା କରାଇବାକୁ ପଡୁଛି ।

ଏ ନେଇଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ଲେ।କେ । କିନ୍ତୁ ଫଳ ଶୂନ୍ । ଆଗାମୀ ଦିନରେ ଡାକ୍ତର ପଦବି ପୁରଣ ସହ ଡାକ୍ତରଖାନାରେ ଆନୁସାଙ୍ଗିକ ବ୍ୟବସ୍ଥାର ସୁଧାର ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.