Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ମଦ ହେଲା କାଳ ! ନିଶାରେ ଥାଇ ଗାଧୋଉଥିଲେ, ବୁଡିଗଲେ ପାଣିରେ.. ‌

15/04/2021 at 10:55 AM

ବଡ଼ବିଲ ୧୫।୦୪: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଗୋଡା ଆମବାଗାନ୍‌ ଅଞ୍ଚଳର ରୋଷନ କଚ୍ଛପ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡ଼ା ସ୍ଥିତ ବୈତରଣୀ ନଦୀରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ବୁଧବାର ଅପରାହ୍ନ ସମୟର ଗୋପାଲ ଦେଓ ନାମକ ଜଣେ ସାଙ୍କ ରୋଷନଙ୍କୁ ଫୋନ୍‌ କରି ଡାକିଥିଲେ । ଉଭୟ ଗୁରୁବେଡ଼ା ଠାରେ ମଉଜ ମଜଲିସ କରିବାକୁ ଯୋଜନା କରିଥିଲେ । ସେଠାରେ ଉଭୟ ମଦ୍ୟପାନ କରି ପାଖରେ ଥିବା ନଦୀରେ ଗାଧୋଇବାକୁ ଯାଇଥିଲେ । କିଛି ସମୟ ଧରି ନଦୀରେ ଗାଧୋଇବା ପରେ ଗୋପାଳ ଉପରକୁ ଉଠିଆସିଥିଲେ । କିନ୍ତୁ ମାତ୍ରାଧିକ ନିଶା ସେବନ ଲାଗି ରୋଷନ ପାଣିରୁ ଉଠିବା ସମ୍ଭବ ହୋଇନଥିଲା । ରୋଷନ ଧିରେ ଧିରେ ପାଣିର ଗଭୀରତା ଭିତରକୁ ଯାଇ ନିଖୋଜ ହୋଇଯାଇଥିଲେ ।

ତେବେ ରୋଷନଙ୍କୁ ନପାଇ ଗୋପାଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରୋଷନଙ୍କୁ ଖୋଜିଥିଲେ । ହେଲେ କୌଣସି ପତ୍ତା ମିଳିନଥିଲା । ଶେଷରେ କିଛି ସମୟରେ ପରେ ପାଣି ଭିତରେ ଖୋଜିବା ପରେ ରୋଷନଙ୍କ ମୃତଦେହ ମିଳିଥିଲା । ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts