ଶୁକ୍ରବାର ଯାଇଥିଲେ ଗାଧୋଇବାକୁ, ଶନିବାର ଡ୍ୟାମ୍‌ରୁ ମିଳିଲା ମୃତଦେହ

Published By : Prameya-News7 Bureau | May 02, 2020 IST

ମୋହନା ୦୨।୦୫: ଗଜପତି ଜିଲ୍ଲା ଅଡବା ଥାନା ବୁଢ଼ାଢ଼ିଅ ଗାଁରେ ଅଭାବନୀୟ ଘଟଣା । ଗତକାଲି ଗାଁ ନିକଟସ୍ତ ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ ,ଭାଣିଜୀ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଏବନି ମଣ୍ଡଳ , ଇସିମାଞ୍ଜଳି ଶବର । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ଉଦ୍ଧାର କରିଛି ।

{"id":263397,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉଭୟ ମାଇଁ  ଓ ଭାଣିଜୀ ଗତକାଲି ସକାଳେ ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ସେମାନେ ଘରକୁ ଫେରି ନଥିଲେ । ପରିବାର ଲୋକେ ଡ୍ୟାମକୁ ଯାଇ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳେ ଉଭୟଙ୍କ ମୃତ ଦେହ ଡ୍ୟାମରେ ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଅଡବା ଥାନା ପୋଲିସ , ମୋହନା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.