ପାଣିରେ ବୁଡି ଯୁବତୀଙ୍କ ମୃତ୍ୟୁ: ବଢ଼ିଲା ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ
1/12/2020 at 10:47 PM

ନୀଳଗିରି୧/୧୨: ପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ। ମୃତକ ହେଲେ ରେମୁଣା ବ୍ଲକ ଖନ୍ତାପଡା ଅଧିନ ସାଆନ୍ତା ଅଞ୍ଚଳର ଦୀନବନ୍ଧୁ ପାତ୍ରଙ୍କ ୨୫ ବର୍ଷିୟା ଝିଅ କ୍ରୀସ୍ନା। ମଙ୍ଗବାର ସେ ଦିନ ପ୍ରାୟ ୧୦ଟାରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନଥିଲା।
ପରବର୍ତ୍ତୀ ସମୟରେ ପାଣିରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଉଦ୍ଧାର ପରେ ତାଙ୍କୁ ନୀଳଗିରି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଢ଼ିଲା ଝିଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ପରିବାର ଲୋକେ। ଏ ନେଇ ଖନ୍ତାପଡା ପୋଲିସ ଘଟଣାର ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
Related Posts
ମହିଳାଙ୍କ ମଦ ବିରୋଧୀ ଅଭିଯାନ : ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବି
27 January 2021