ଖେଳୁଥିବା ବେଳେ ପାଣିରେ ବୁଡିଗଲେ ୨ଶିଶୁ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | February 06, 2020 IST

ଜଗତସିଂହପୁର ୦୬।୦୨: ପୋଖରୀରେ ବୁଡି ଯାଇ ୩ ବର୍ଷର ଶିଶୁ କନ୍ୟା ମୃତ । ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଣ୍ଟାପଡା ଗାଁରେ ଅଘଟଣ ଘଟିଛି । ମୃତ ଶିଶୁ କଣ୍ଟାପଡା ଗାଁର କିଶୋର ବେହେରାଙ୍କ ଝିଅ ମୋନାଲିସା ପ୍ରୟିଦର୍ଶିନୀ ।

ସୂଚନାଯୋଗ୍ୟ ଯେ, କଣ୍ଟାପଡା ଗାଁରେ ପୋଖରୀ କୂଳରେ ଖେଳୁଥିବା ବେଳେ ପୋଖରୀରେ ପଡି ଯାଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ତେବେ ଶିଶୁଟି ପାଣିରେ ବୁଡିବା ଦେଖି ସ୍ଥାନୀୟଲୋକ ଉଦ୍ଧାର ପାଇଁ ଯାଇଥିଲେ । ଶିଶୁଟିକୁ ପାଣିରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେହପରି ପାଣିରେ ବୁଡି ଆଉ ଜଣେ ଶିଶୁ ଗୁରୁତର ଅଛନ୍ତି । ଗୁରୁତର ଥିବା ଶିଶୁଟି ସଂଜୟ ବେହେରାଙ୍କ ୩ବର୍ଷର ପୁଅ ଶାସ୍ବତ ବେହେରା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.