ସାମ୍ନାକୁ ଆସିଲା ଗାଧୋଇବା ବେଳର ଭିଡିଓ: ୨ ସାଙ୍ଗଙ୍କ ସାମ୍ନାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

Published By : Prameya-News7 Bureau | November 18, 2020 IST

ନୀଳଗିରି୧୮/୧୧: ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କିଛି ସମୟରେ ମଧ୍ୟରେ ସବୁ ଖୁସି ଫସର ଫାଟି ଗଲା।  ଆଖି ସାମ୍ନାରେ ପାଣିରେ ବୁଡ଼ି ଚାଲିଗଲା ୩ ଜଣଙ୍କ ଜୀବନ। ସାଙ୍ଗ ହୋଇ ୫ ଜଣ ସାଙ୍ଗ ହୋଇଯାଇଥିଲେ। ୨ ସାଙ୍ଗଙ୍କ ସାମ୍ନାରେ ୩ ଜଣ ସାଙ୍ଗଙ୍କ ଜୀବନ ଚାଲିଗଲ।

wp:html /wp:html

ବାଲେଶ୍ୱର ତ୍ରିବେଣୀ ଘାଟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଘଟଣର କିଛି ସମୟ ପୂର୍ବର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ ଆସିଛି।

{"id":363715,"sizeSlug":"large"}

ମିଳିଥିବା ସୂଚନା ମୁତାବକ, ସୋମବାର ନୀଳଗିରିର ୫ ଜଣ ବନ୍ଧୁ ସାଙ୍ଗହୋଇ ତ୍ରିବେଣୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ସାଙ୍ଗ ହୋଇ ଖୁସି ମନରେ ଗାଧୋଇବା ବେଳେ ଚାଲିଗଲା ୩ ଜଣଙ୍କ ଜୀବନ।ଏହି ସମୟରେ ଜଣକ ପରେ ଜଣେ ୩ ଜଣ ସାଙ୍ଗ ବୁଡ଼ିବାରେ ଲାଗିଲେ। ଏମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଦୁଇ ସାଙ୍ଗ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇପାରିନଥିଲା। ସେମାନେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ସତ।

{"id":363719,"width":564,"height":1253,"sizeSlug":"large"}

କିନ୍ତୁ ସେହି ଲୋମଟାଙ୍କୁରା ଘଟଣାକୁ ଭୁଲି ପାରୁନାହାଁନ୍ତି । ୩ ଜଣଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏବଂ ବନ୍ଧୁବର୍ଗ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି।  ଏହି ଅଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ୨ ଜଣ କହିଛନ୍ତି ଯେ, ୩ ଜଣ ସାଙ୍ଗକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ। ହେଲେ ୨ ଜଣ ସାଙ୍ଗ ୩ ଜଣଙ୍କୁ ବଞ୍ଚାଇ ପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.