Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କୂଅରୁ ଚୋରି କରି ନେଉଥିଲେ ପାଣି ପମ୍ପ୍, ୪ ଜଣଙ୍କୁ ଧରିଲା ପୋଲିସ

6/07/2021 at 2:36 PM

ଢେଙ୍କାନାଳ, ୦୬/୦୭: ଏକ ବଡ଼ ଧରଣର ପାଣି ପମ୍ପ ଚୋରି ରାକେଟକୁ ଠାବ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଏହି ରାକେଟର ୪ଜଣ ସଦସ୍ୟଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠୁ ୧୯ଟି ପାଣି ପମ୍ପ୍ ଉଦ୍ଧାର କରାଯାଇଛି ।

ଗିରଫ ଯୁବକମାନେ ସମସ୍ତେ ଢେଙ୍କାନାଳ ସହରର ବୋଲି ଜଣାପଡିଛି । ଉଦ୍ଧାର ପାଣି ପମ୍ପ ମଧ୍ୟରେ ଅଧିକାଂଶ ସମରସେବଲ ପାଣି ପମ୍ପ ରହିଛି । ଏହି ପମ୍ପ ଗୁଡିକ ଢେଙ୍କାନାଳ ସହରର ବିଭିନ୍ନ ଲୋକଙ୍କ କୂଅରୁ ଚୋରି ହୋଇଥିବା ଜଣାପଡିଛି ।

ଏ ସମ୍ପର୍କରେ ଗୋଟିଏ ଦୁଇଟି ଅଭିଯୋଗ ହେବାରୁ ଟାଉନ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଏହାପରେ ହିଁ ପୋଲିସ ରାକେଟକୁ ଠାବ କରିବାରେ ସକ୍ଷମ ହୋଇଥିଲା ବୋଲି ଟାଉନ୍ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

   Related Posts