ନୀଳଗିରି ଅଞ୍ଚଳରେ ପଙ୍ଗପାଳ ଆତଙ୍କ ! ଖାଇଗଲେ ଡାଳପତ୍ର

Published By : Prameya-News7 Bureau | May 31, 2020 IST

ନୀଳଗିରି,୩୧/୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଔପଦା ବ୍ଲକ ବଉଳଗଡ଼ିଆ ଅଞ୍ଚଳରେ ପଙ୍ଗପାଳ ଆତଙ୍କ ଦେଖାଯାଇଛି। ଏହି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ଲାଗିଥିବା ବେଳେ ପାଖ ଜଙ୍ଗଲରେ ଡାଳ ପତ୍ର ଲଣ୍ଡା ହୋଇଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ମିଳିତ ଭାବେ ଯାଇ ଦେଖିବା ବେଳକୁ ଅଜସ୍ର ପୋକ ପତ୍ର ଉପରେ ବସି ଖାଇ ଚାଲିଥିଲେ। ପଙ୍ଗପାଳ ଭଳି ପୋକ ଗୁଡିକ ଦେଖା ଯାଉଥିଲେବି ଏହା ପଙ୍ଗପାଳ ନା କିଛି ବଣୁଆ ପୋକ ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ଅଂଚଳରେ ଆତଙ୍କ ଦେଖାଯାଇଥିବା ଚାଷୀ ମାନେ ଆତଙ୍କିତ ହୋଇ ପଡିଛନ୍ତି।ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ କରି ଘଟଣା ଉପରେ ପରଦା ହଟାଇବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.