ସମ୍ବଲପୁର ପୋଲିସକୁ ବଡ ସଫଳତା : ୧୩ ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

Published By : Prameya-News7 Bureau | March 15, 2020 IST

ସମ୍ବଲପୁର ୧୫।୦୩: ସମ୍ବଲପୁରରେ ୧୩ଟି ବଜ୍ରକାପ୍ତା କାତି ଜବତ ସହ ଜଣେ ଗିରଫ ହୋଇଛି । ଜବତ ହୋଇଥିବା କାତିର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କା ହେବ । ବିଲୁପ୍ତ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି ସମ୍ବଲପୁର ଧନୁପାଲି ପୋଲିସ । ଅଭିଯୁକ୍ତ ଜଣକ ହେଲେ ପୈଜୁଲ ହସନ । ଏହି ଚେର ସମ୍ବଲପୁରରୁ ବର୍ମା ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଅନୁମାନ କରିଛି । ଏହି ଚୋରାଚାଲାଣରେ ଫୈଜଲର ଦେବଗଡ ଓ ଗଂଜାମ ଜିଲ୍ଲା ସହ ଲିଙ୍କ ରହିଥିବାରୁ ୮ ଜଣିଆ ଟିମ୍ ଗଠନ କରି ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଛନ୍ତି ।

ସୂଚନା ଅନୁସାରେ ବିରଳ ବଜ୍ରକାପ୍ତାର ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ପୁଲିସ୍‌ ନିର୍ଦ୍ଦେଶ କ୍ରମେ ସ୍ପୋଶାଲ ଟାକ୍ସ ଫୋର୍ସ ଗଠନ କରାଯିବା ସହ ଚଢାଉ ଜାରି ରହିଛି । ଶନିବାର ସଂନ୍ଧ୍ୟାରେ ସୁନାପାଲି ପୈଜଲଙ୍କ ଘରେ ବିରଳ ବଜ୍ରକାପ୍ତାର ଖୋଳ ଲୁଚାଇ ରଖାଯାଇଥିବା ନେଇ ଖବର ପାଇଥିଲା ପୁଲିସ୍‌ । ଏନେଇ ସମ୍ବଲପୁର ଏସ୍‌ପି ଡା. କନୱାର ବିଶାଲ ସିଂହ ଅବଗତ ହେବା ପରେ ଧନୁପାଲି ଆଇଆଇସି କମଲ ପଣ୍ଡା ଏବଂ ସ୍ପୋଶାଲ ସ୍କ୍ୱାଡ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା । ପରେ ଟିମ୍‌ ପୈଜଲ ଘରେ ଚଢ଼ାଉ କରିବା ସହ ଘରୁ ପ୍ରାୟ ୧୩ଟି ବଜ୍ରକାପ୍ତା ଖୋଳ, ୩ଟି ଖଣ୍ଡା ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ।

ଏତେ ପରିମାଣର ବଜ୍ରକାପ୍ତା ଖୋଳ କିପରି ଫୈଜଲ ପାଖକୁ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ବିଭାଗର ଏକ ସ୍ପୋଶାଲ ଟିମ୍‌ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଥିବାର ସୂଚନା ମିଳିଛି । ଆବଶ୍ୟକ ପଡ଼ିଲେ ବନ ବିଭାଗ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ବୋଲି ମଧ୍ୟ ସୂଚନା ରହିଛି । ଏନେଇ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.