୪ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣଙ୍କୁ ଅଟକ ରଖି ପଚରାଉଚରା

Published By : Prameya-News7 Bureau | November 26, 2020 IST

ଜୟପୁର ୨୬।୧୧: ଚୋରା ଚାଲାଣ ବେଳେ ବିରଳ ବଜ୍ରକାପ୍ତା ଉଦ୍ଧାର କରିଛି ଜୟପୁର ବନ ବିଭାଗର ସ୍ବତନ୍ତ୍ର ଟିମ୍ । ଜଣେ ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ବନ ବିଭାଗ । ଅଟକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଈଶ୍ବର ହରିଜନ । ମାଛକୁଣ୍ଡ ଧମାଣୀଗୁଡାରୁ ଏହି ବଜ୍ରକାପ୍ତାଟିକୁ ଇଶ୍ବର ଆଣି ବୈପାରୀଗୁଡାର ବଡ ମାଙ୍କିଡିଠାରେ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ । ତେବେ ଖବର ପାଇ ବନ ବିଭାଗର ସ୍ବତନ୍ତ୍ର ଟିମ୍ ସେଠାରେ ପହଞ୍ଚିଥିଲା । ବଜ୍ରକାପ୍ତାଟିର ଓଜନ ୪ କିଲୋ ହେବ ଓ ଏହାକୁ ୪ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଡିଲ୍ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.