ବଜ୍ରକାପ୍ତା ଚୋରା ଚାଲାଣରେ ବିଦେଶୀ ଲିଙ୍କ

Published By : Prameya-News7 Bureau | December 13, 2019 IST

ଆଠଗଡ ୧୩।୧୨ - ବଜ୍ରକାପ୍ତା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ୍ ଏବଂ ଏହାର ବିଦେଶୀ ଲିଙ୍କ୍ ମିଳିବା ପରେ ତଦନ୍ତ କୁ ଜୋରଦାର କରିଛି ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ । ଆଠଗଡ ବନାଞ୍ଚଳରୁ ଗିରଫ ୧୦ ମାଫିଆଙ୍କ ସୂଚନା ଆଧାରରେ ଛାନଭିନ୍ ଚଳାଇଛି ୨ ଜଣିଆ ଟିମ୍ । ସେପଟେ ତିଗିରିଆରୁ ଆଜି ପୁଣି ବଜ୍ରକାପ୍ତା କାତି ଏବଂ ବାରାହ ଦାନ୍ତ ସହ ଦୁଇ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ...

{"id":197364,"sizeSlug":"large"}

ବଜ୍ରାକାପ୍ତା ଚୋରାଚାଲାଣର ବିଦେଶୀ ଲିଙ୍କ୍ କୁ ନେଇ ଚାଲିଛି ଖୋଳତାଡ଼ । ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଚଳାଇଛି ଛାନଭିନ୍ । ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ଦୁଇ ଜଣିଆ ଟିମ୍ ଆଠଗଡରେ ଡେରା ପକାଇଛନ୍ତି । ଆଠଗଡ ଡିଏଫ୍‌ଓଙ୍କ ସୂଚନା ଆଧାରରେ ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ ।

{"id":197365,"sizeSlug":"large"}

କେମିତି ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା ?  କେଉଁମାନେ ରାକେଟ ଅପରେଟ କରୁଛନ୍ତି ? କେଉଁ ରାସ୍ତା ଦେଇ କେମିତି ଏହି ସମ୍ବେଦନଶୀଳ ପ୍ରାଣୀଙ୍କୁ ଚୀନ, ଭିଏତନାମ, ମିଆଁମାର ନିଆଯାଉଛି ?  ରାଜ୍ୟର ଅନ୍ୟ କେଉଁସବୁ ସ୍ଥାନରେ ମାଫିଆ ସକ୍ରିୟ ଅଛନ୍ତି ?  ଏସବୁ ଦିଗକୁ ନେଇ ଖୋଳତାଡ ଚାଲିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳିଥିବା ସୂଚନା, କୋର୍ଡ ୱାର୍ଡ, ଏବଂ ଟେଲିଫୋନ ନମ୍ବର ଆଧାରରେ କ୍ରାଇମବ୍ରାଞ୍ଚ ଏବଂ ଏସ୍‌ଟିଏଫ୍ ବି ତଦନ୍ତ ଚଳାଇଛନ୍ତି । 

{"id":197366,"sizeSlug":"large"}

ରାଜ୍ୟ ବନ୍ୟପ୍ରାଣୀ ବିଭାଗର ଅନୁରୋଧ କ୍ରମେ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ବଜ୍ରକାପ୍ତା ଚୋରାଚାଲାଣର ବିଦେଶୀ ଲିଙ୍କ୍ ଖୋଜୁଥିବା ବେଳେ ତିଗିରିଆ ଅଞ୍ଚଳରୁ ପୁଣି ୨ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବଜ୍ରକାପ୍ତା କାତି, ବାରାହ ଦାନ୍ତ ଜବତ ହୋଇଛି । ଗିରଫ ପୂର୍ବରୁ ସେମାନେ ଚୋରା ଚାଲାଣ ପାଇଁ ଥିବା ବଜ୍ରକାପ୍ତା ଛାଡ଼ି ଦେଇଥିବା ଅନୁମାନ କରାଯାଉଛି ।

{"id":197367,"sizeSlug":"large"}

ସପ୍ତାହକ ମଧ୍ୟରେ ଏହାକୁ ମିଶାଇ ଆଠଗଡ ବନାଞ୍ଚଳରୁ ୧୨ ଜଣ ମାଫିଆଙ୍କୁ ଗିରଫ କରାଗଲାଣି । ଅଭିଯୁକ୍ତଙ୍କ ନିକଟରୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଆଠଗଡ ଡି ଏଫ୍ ଓ ସୂଚନା ଦେଇଛନ୍ତି।

{"id":197368,"sizeSlug":"large"}

ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ବଜ୍ରକାପ୍ତାକୁ ସିଡ୍ୟୁଲଡ ଓ୍ବାନ୍ ବା ବିରଳ ଶ୍ରେଣୀଭୁକ୍ତ କରାଯାଇଛି । ଓଡ଼ିଶାରୁ ଚୀନ, ଭିଏତନାମ, ମିଆଁମାରକୁ ଚାଲାଣ ହେଉଛି ଏହି ବିରଳ ସ୍ତନ୍ୟାପାୟୀ ପ୍ରାଣୀର କାତି, ମାଂସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.