ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ବର ୧୭।୪: ଏସଟିଏଫ ପଞ୍ଜାରେ ପୁଣି ଏକ ଜୀବନ୍ତ ବଜ୍ରକାପ୍ତା । ବଡମ୍ବା ଅଭିମାନପୁର ଅଞ୍ଚଳରୁ କେଶବ ସାହୁକୁ ଗିରଫ କରିବା ପରେ ତା ନିକଟରୁ ଏହି ବଜ୍ରକାପ୍ତା ଜବତ କରାଯାଇଛି । ବାହାର ଦେଶ କିମ୍ବା ବାହାର ରାଜ୍ୟକୁ ପଠାଇବା ପାଇଂ ଏହି ବଜ୍ରକାପ୍ତାକୁ ଫାଶ ଦ୍ବାରା ବଡମ୍ବା ଜଙ୍ଗଲରୁ ଧରାଯାଇଥିଲା । ବଜ୍ରକାପ୍ତାର ଓଜନ ପ୍ରାୟ ୧୨ କିଲୋ ହେବ ବୋଲି କହିଛନ୍ତି ଏସଟିଏଫ ଏସପି । କେଶବ ଜୀବନ୍ତ ବଜ୍ରକାପ୍ତାଟିକୁ କାହାକୁ କେତେ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରିଥିଲା ତାର ଖୋଳତାଡ କରୁଛି ଏସଟିଏଫ ।

ଜୀବନ୍ତ ବଜ୍ରକାପ୍ତାଗୁଡିକୁ ଧରି ପଶ୍ଚିମବଙ୍ଗ ବାଟ ଦେଇ ଚୀନ୍ କିମ୍ବା ଅନ୍ୟାନ୍ୟ ବାହାର ଦେଶକୁ ପଛାଇବା ପାଇଁ ଏମାନେ ଯୋଜନା କରିଥାନ୍ତି । ବାହାର ଦେଶରେ ଏହି ବଜ୍ରକାପ୍ତାଗୁଡିକର କାତି, ଲାଞ୍ଜ, ଶରୀରର ବିଭିନ୍ନ ଅଂଶ ବିଶେଷ ଔଷଧୀୟ କାର୍ଯ୍ୟରେ ଲାଗିଥାଏ । ଏହି ବଜ୍ରକାପ୍ତା ବ୍ୟବସାୟ ପାଇଁ ଏକ ବଡ ଚେନ୍ ରହିଛି ଯାହାକୁ ଠାବ କରିବାକୁ ଯୋଜନା କରିଛି ଏସଟିଏଫ ।

ଗତ ଏକବର୍ଷ ମଧ୍ୟରେ ଏସଟିଏଫ ବିଭିନ୍ନ ସ୍ଥାନରେ ଚଢାଉ କରି ୩ଟି ଜୀବନ୍ତ ବଜ୍ରକାପ୍ତା ୧୦କେଜି ବଜ୍ରକାପ୍ତା ପକ୍ଷୀ ଜବତ କରିଛି ।  ଧରାପଡିଥିବା ଜୀବନ୍ତ ବଜ୍ରକାପ୍ତାକୁ ବଡମ୍ବା ଜଙ୍ଗଲରେ ଛାଡିବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.