୮ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣେ ଯୁବକ ଅଟକ

Published By : Prameya-News7 Bureau | November 04, 2021 IST

ପଦ୍ମପୁର ୪।୧୧: ଉଦ୍ଧାର ହେଲା ୮ କିଲୋ ଓଜନର ବଜ୍ରକାପ୍ତା । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅନ୍ତର୍ଗତ ଜାମପାଲି ରାସ୍ତାରୁ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ ।

{"id":538233,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ସମୟରେ ଏକ ବଜ୍ରକାପ୍ତା ଏସଟିଏଫ ଦ୍ଵାରା ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ବଜ୍ରକାପ୍ତାଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଚୋରା ଚାଲାଣ ସନ୍ଦେହରେ ଜଣେ ୧୯ ବର୍ଷ ବୟସ୍କ ଯୁବକଙ୍କୁ ବନ ବିଭାଗ ଅଟକ ରଖିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ଉଦ୍ଧାର ବଜ୍ରକାପ୍ତାର ଓଜନ ପ୍ରାୟ ୮ କିଲୋ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.