ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋର ଚଢ଼ାଉ, ୧୪କିଲୋ ୨ଶହ ଗ୍ରାମ ଓଜନର ବଜ୍ରକାପ୍ତା କାତି ସହ ଦୁଇଜଣ ଗିରଫ

Published By : Prameya-News7 Bureau | July 25, 2021 IST

ଢେଙ୍କାନାଳ, ୨୫।୦୭: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାଶ ଅଭୟାରଣ୍ୟ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଚରାଭୂଇଁ ପାଲଟିଯାଇଛି । ଏପରିକି ବଜ୍ରକାପ୍ତା ଶିକାର କରି ବାହାରକୁ ଚାଲାଣ କରାଯାଉଥିବା ସୂଚନା ପାଇ ୱଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଜବଲପୁରର ଏକ ଟିମ ଢେଙ୍କାନାଳ ବନବିଭାଗ ସହାୟତାରେ ଚଢ଼ାଉ କରାଯାଇଛି ।

ଏହି ଚଢ଼ାଉରେ ଦୁଇଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମ୍‌ ବ୍ୟୁରୋ । ସେମାନଙ୍କ ଠାରୁ ୧୪କିଲୋ ୨ଶହ ଗ୍ରାମ ବଜ୍ରକାପ୍ତା କାତି, ଗୋଟିଏ ହିରୋହୁଣ୍ଡା ବାଇକ ଜବତ କରାଯାଇଛି । ଗିରଫ ଦୁଇଜଣ ଢେଙ୍କାନାଳ ସହରର ହାଉସିଂ ବୋର୍ଡ ଅଂଚଳର ଫିରୋଜ ଖାଁ ଓ ବନମାଳୀ ପ୍ରସାଦ ଅଂଚଳର ରତ୍ନାକର ରାଉତ ବୋଲି ଜଣାପଡିଛି । ଅଭିଯୁକ୍ତ ଦୁଇଜଣ ବଜ୍ର କାପ୍ତା କାତିକୁ ବାହାରକୁ ଚାଲାଣ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.