ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

Published By : Prameya-News7 Bureau | October 17, 2020 IST

ସୋର ୧୭।୧୦: ବାଲେଶ୍ବର ଜିଲ୍ଲା ଔପଦା ଥାନା ଦାରିପୋଖରୀ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।

{"id":345812,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ବଜ୍ରକାପ୍ତାଟି ଦାରିପୋଖରୀ ନିକଟରେ ଥିବା କେନାଲ ପାଣିରେ ଚାଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଚାନ୍ଦିପୁର ରେଞ୍ଜ ଫରେଷ୍ଟ ଗାର୍ଡ ପ୍ରଦୀପ ରାଉତଙ୍କୁ ଏ ନେଇ ଖବର ଦିଆଯାଇଥିଲା ।

{"id":345814,"sizeSlug":"large"}

ଖବର ପାଇ ଫରେଷ୍ଟ ଗାର୍ଡ ସେଠାରେ ପହଞ୍ଚି ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ବାଲେଶ୍ବର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ସୋର ଓ୍ବାଇଲ୍ଡ ଲାଇଫ ରେଞ୍ଜ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ବଜ୍ରକାପ୍ତାଟିର ଓଜନ ୪ କେ.ଜି.ରୁ ଅଧିକ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.