କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

Published By : Prameya-News7 Bureau | June 21, 2020 IST

ଆଠଗଡ ୨୧।୬: ଆଠଗଡ ବନଖଣ୍ଡ ଆଠଗଡ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆ ପାଟଣାର ଏକ କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ରୁ ୬ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

{"id":289149,"sizeSlug":"large"}

ତେବେ ନିକଟସ୍ଥ ଜମଧର ପାହାଡରୁ ଖାଦ୍ୟ ଅନ୍ବେଷଣରେ ଆସି ବଜ୍ରକାପ୍ତାଟି କୂଅ ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି । ବନବିଭାଗ ଦ୍ବାରା ଉଦ୍ଧାର କରି ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରେ ଛଡାଯିବ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.