କ୍ବାରେଣ୍ଟାଇନ୍ ସେଣ୍ଟରରେ ବଜ୍ରକାପ୍ତା, ଉଦ୍ଧାର ପରେ ବନବିଭାଗକୁ କରାଗଲା ହସ୍ତାନ୍ତର

Published By : Prameya-News7 Bureau | May 26, 2020 IST

ଆଠଗଡ ୨୬।୫: କ୍ବାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର ହେଲା ବଜ୍ରକାପ୍ତା । ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ମାଣିଆବନ୍ଧ ମହୁଲିଆ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ କରାଯାଇଥିବା କ୍ଵାରେଣ୍ଟାଇନ୍ ସେଣ୍ଟର ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

{"id":276236,"sizeSlug":"large"}

ସୂଚନାଯୋଗ୍ୟ ଯେ, କ୍ବାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀମାନେ ଶୋଇଥିବା ସମୟରେ ବଜ୍ରକାପ୍ତାଟି ହଠାତ୍ ରୁମ୍ ଭିତରକୁ ପଶିଆସିଥିଲା । ପ୍ରବାସୀମାନେ ବଜ୍ରକାପ୍ତାଟିକୁ ଦେଖି ସଙ୍ଗେସଙ୍ଗେ ବଡମ୍ବା ବନବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ବଡମ୍ବା ବନବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ବଜ୍ରକାପ୍ତାଟିକୁ ଏବେ ବଡମ୍ବା ରେଞ୍ଜ ଅଫିସରେ ରଖାଯାଇଛି । ଏହି ବଜ୍ରକାପ୍ତାଟିର ଓଜନ ପ୍ରାୟ ୩ କିଲୋ । ଏହା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

{"id":276237,"sizeSlug":"large"}

ବଡମ୍ବା ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବଜ୍ରକାପ୍ତାଟିକୁ ଜଙ୍ଗଲରେ ଛଡାଯିବ କିମ୍ବା ଚିଡିଆଖାନାରେ ରଖାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି । ତେବେ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଆହୁରି ବଜ୍ରକାପ୍ତା ଥିବାର ଅନୁମାନ କରାଯାଉଛି । କୌଣସି ଦୁର୍ବୃତ୍ତ ଧରାପଡିଯିବା ଭୟରେ ବଜ୍ରକାପ୍ତାଟିକୁ ଏଠାରେ ଛାଡି ଦେଇଥିବା ସନ୍ଦେହ କରାଯାଉଛି ।

{"id":276238,"sizeSlug":"large"}

ତେଣୁ ଯେପରି ଦୁର୍ବୃତ୍ତମାନଙ୍କ ହାତରେ ଏହି ବିରଳ ପ୍ରାଣୀ ନପଡିବ ସେଥିପ୍ରତି ବନ ବିଭାଗ ଧ୍ୟାନ ଦେବା ଉଚିତ୍ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.