ପ୍ରଧାନଶିକ୍ଷକ ଗିରଫ, ବଜ୍ରକାପ୍ତା ଚୋରା ଚାଲାଣର ଥିଲେ ମାଷ୍ଟର ମାଇଣ୍ଡ

Published By : Prameya-News7 Bureau | July 01, 2020 IST

ଆଠଗଡ ୧।୭: ବଜ୍ରକାପ୍ତା ଚୋରା ଚାଲାଣର ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ଆଠଗଡ଼ ବନବିଭାଗ। ଗିରଫ ଅଭିଯୁକ୍ତ ଜଣଙ୍କ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ । ଅଭିଯୁକ୍ତ ଶ୍ୟାମସୁନ୍ଦର ବେହେରାଙ୍କ ଘର ବଡ଼ମ୍ବା ଅଞ୍ଚଳରେ ବୋଲି କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ।

{"id":294106,"sizeSlug":"large"}

ସୂଚନାଯୋଗ୍ୟ ଯେ, ସେ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ କୟଳପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥାଇ ବଜ୍ରକାପ୍ତା ଚୋରା ଚାଲାଣରେ ଲିପ୍ତ ଥିଲେ ।

{"id":294109,"sizeSlug":"large"}

ଗତ କିଛି ଦିନ ତଳେ ମଧୁସୂଦନ ସେତୁ ନିକଟରୁ ଆଠଗଡ ବନବିଭାଗର ସ୍ଵତନ୍ତ୍ର ଟିମ୍ ସ୍କୁଟରରେ ଚାଲାଣ ହେଉଥିବା ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲା । ଏହାପରେ ଏହାର ଲିଙ୍କ୍ ଅନୁଗୋଳ ଏବଂ ରେଢ଼ାଖୋଲ ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ପାଇଥିଲା ବନ ବିଭାଗ ।

{"id":294107,"sizeSlug":"large"}

ଏହି ଲିଙ୍କ୍ ର ଖୋଳତାଡ କରିବା ପରେ ରେଢ଼ାଖୋଲ ଏବଂ ଅନୁଗୋଳରୁ ୫ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତମାନଙ୍କଠାରୁ ଏହି ମାଷ୍ଟର ମାଇଣ୍ଡଙ୍କ ବିଷୟରେ ସୁରାକ ପାଇଥିଲା ତଦନ୍ତକାରୀ ଟିମ୍ । ଅଭିଯୁକ୍ତର ଫୋନ୍ ଟ୍ୟାପିଂ କରି ତାକୁ ଧରିବାକୁ ଚେଷ୍ଟା କରିବାବେଳେ ଅଭିଯୁକ୍ତ ବାରମ୍ବାର ସିମ୍ ବଦଳାଇ ଚକମା ଦେଇ ଫେରାର ହୋଇଯାଉଥିଲା ।

{"id":294108,"sizeSlug":"large"}

ଶେଷରେ ସାଇବର ପୋଲିସ ସହାୟତାରେ ମାଷ୍ଟର ମାଇଣ୍ଡକୁ ଢେଙ୍କାନାଳରୁ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ଅଧିକ ତଥ୍ୟ ହାସଲ ନିମନ୍ତେ ଜେରା କରିସାରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.