Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ବନ ବିଭାଗ ଟାର୍ଗେଟ୍‌ରେ ବଜ୍ରକାପ୍ତା ମାଫିଆ, ୫ ମାସରେ ୩୦ ଗିରଫ

26/06/2020 at 1:04 PM

ଆଠଗଡ ୨୬।୬: ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ । ଗତ ୫ମାସ ଭିତରେ ୩ଟି ଜୀବନ୍ତ ବଜ୍ରକାପ୍ତା ଓ ଗୋଟିଏ ମୃତ ବଜ୍ରକାପ୍ତା ମିଳିଥିବା ବେଳେ ଅନେକ ବଜ୍ରକାପ୍ତା କାତି ଉଦ୍ଧାର କରାଯାଇଛି । ଏହି ବଜ୍ରକାପ୍ତା ଚୋର ଚାଲାଣରେ ଏବେ ସୁଦ୍ଧା ମୋଟ୍ ୩୦ରୁ ଉର୍ଦ୍ଧ୍ବ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ କିଛି ଦିନ ତଳେ ୩ ଜଣଙ୍କୁ କଟକ ନୂଆପଟଣା ମଧୁସୂଦନ ସେତୁ ନିକଟରୁ ଗିରଫ କରିଛି ଆଠଗଡ ବନବିଭାଗ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡା ଓ କଟକ ଶିଖରପୁରର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ଜଣଙ୍କୁ ଅନୁଗୋଳରୁ ଗିରଫ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ରେଞ୍ଜ ଅଞ୍ଚଳରୁ ଏକ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ବଜ୍ରକପ୍ତା ମିଳିବା ଘଟଣା ବନ ବିଭାଗର ଲଗ୍ ଡାଉନ୍ ପାଟ୍ରୋଲିଂ ଜୋରଦାର କରାଯାଇଥିଲା । ଏହା ଚୋରା ଚାଲାଣକାରୀଙ୍କୁ ଏକ ପ୍ରକାର ହରଡଘଣାରେ ପକାଇ ଦେଇଥିଲା । ଡରରେ ବଜ୍ରକାପ୍ତାଟିକୁ ଛାଡି ଦେଇଥିବା କହିଛନ୍ତି ବନଖଣ୍ଡ ଅଧିକାରୀ ।

ମହୁଲିଆ ପଞ୍ଚାୟତର ସରପଞ୍ଚଙ୍କ ସୂଚନା ଅନୁସାରେ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା । ଆଠଗଡ ଡିଏଫଓଙ୍କ ସୂଚନା ଅନୁଯାୟୀ ବଜ୍ରକାପ୍ତାଟି ୪ କିଲୋ ଓଜନର ହେବ । କିଛି ପରୀକ୍ଷଣ ପରେ ବଜ୍ରକାପ୍ତାଟିକୁ ଜଙ୍ଗଲରେ ଛଡା ଯାଇଥିଲା । ଯେହେତୁ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର କରାଯାଇଥିଲା ସେଥିପାଇଁ ଏହାର କରୋନା ପରୀକ୍ଷଣ ମଧ୍ୟ କରାଯାଇଥିଲା ।

ଏହି ଘଟଣାର ୭ ଦିନ ପରେ ଏକ କୂଅ ଭିତରୁ ଏକ ଜୀବନ୍ତ ପୁରୁଷ ବଜ୍ରକାପ୍ତା ଉଦ୍ଧାର କରାଯିବା ଏବଂ ତା ନିକଟରେ କୌଣସି ଜଙ୍ଗଲୀ ପ୍ରବୃତ୍ତି ଦେଖାନଯିବା, ମଣିଷ ସହ ଚଳିଥିବା ପରି କାର୍ଯ୍ୟକଳାପ ଦେଖାଯିବା ପରେ ଚାଲାଣକାରୀ ଏହାକୁ ନିଜ ପାଖରେ ରଖିଥିଲେ ବୋଲି ଜଣାପଡିଛି । ବନ ବିଭାଗର କଡା ପାଟ୍ରୋଲିଂ ଭୟରେ କୂଅରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଆଠଗଡ ବନଖଣ୍ଡ ଅଧିକାରୀ ।

ମାଫିଆଙ୍କ ନୂଆ ଟାର୍ଗେଟ୍ ଏବେ ବଜ୍ରକାପ୍ତା । ସିଡୁଲ ଏ ପ୍ରଜାତିର ଏହି ପ୍ରାଣୀର ସୁରକ୍ଷା ଏବେ ବିଭାଗ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟି ଥିବାବେଳେ ବିଲୁପ୍ତ ପ୍ରାୟ ପ୍ରଜାତିର ଏହି ନୀରିହ ବଜ୍ରକାପ୍ତା ଆଠଗଡ଼ ବନଖଣ୍ଡରେ ପ୍ରଚୁର ପରିମାଣରେ ଦେଖା ଯାଉଥିବା ବେଳେ ଯଦି ଏହାର ସଠିକ୍ ଭାବରେ ଗଣନା କରି ଏକ ଅଭୟାରଣ୍ୟ କରାଯାଇ ପାରନ୍ତା ତେବେ ମାଫିଆମାନଙ୍କ ଲୋଲୁପ ଦୃଷ୍ଟିରୁ ଏହି ନିରୀହ ବନ୍ୟପ୍ରାଣୀକୁ ରକ୍ଷା କରାଯାଇପାରନ୍ତା ବୋଲି ମତ ପ୍ରକାଶ ପାଇଛି ।

   Related Posts