Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କଙ୍ଗନାଙ୍କ ବାୟୋପିକ୍‌ କରିବାକୁ ‘ପଙ୍ଗା’ ନିର୍ଦ୍ଦେଶିକାଙ୍କ ଇଚ୍ଛା, କିନ୍ତୁ ସେ ବାହା ହେବା ପରେ…

1/02/2020 at 1:51 PM

ମୁମ୍ବାଇ୧|୨: ନିକଟରେ ବଲିଉଡ କୁଇନ୍‌ କଙ୍ଗନାଙ୍କ ଫିଲ୍ମ ‘ପଙ୍ଗା’ ରିଲିଜ ହୋଇଥିଲା। ଫିଲ୍ମଟି ବ୍ଲକ୍‌ବଷ୍ଟର ହିଟ୍‌ ହୋଇଛି। ଏବେ କଙ୍ଗନା ନିଜ ଅପକମିଂ ଫିଲ୍ମ ‘ଥଲାଇବୀ’ର ଶୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ‘ପଙ୍ଗା’ ସୁପରହିଟ୍ ହେବା ପରେ ଏବେ ସେ ‘ଥଲାଇବୀ’କୁ ସୁପରହିଟ୍ କରିବାରେ ବ୍ୟସ୍ତ ଅଛନ୍ତି କଙ୍ଗନା। ବଲିଉଡରେ ବାୟୋପିକ ଋତୁ ଚାଲୁଛି କହିଲେ କିଛି ଭୁଲ ହେବ ନାହିଁ।

ତେବେ ଏକ ଇଭେଣ୍ଟରେ ‘ପଙ୍ଗା’ ଫିଲ୍ମର ନିର୍ଦ୍ଦେଶିକା ଅଶ୍ବିନୀ ନିଜ ଆଗାମୀ ବାୟୋପିକ୍‌ ବିଷୟରେ କହିଛନ୍ତି। ଏହା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଜୀବନୀକୁ ନେଇ ହେବ ବୋଲି ସେ କହିଛନ୍ତି। ଅଶ୍ବିନୀଙ୍କ କହିବା ଅନୁସାରେ କଙ୍ଗନାଙ୍କ ବିବାହ ପରେ ଏହି ଫିଲ୍ମ ନିର୍ମାଣ ହେବ।

ତାଙ୍କ କହିବା ଅନୁସାରେ ଏମିତି ସୁଯୋଗ ସେ କେବେ ବି ହାତଛଡା କରିବେ ନାହିଁ। ଯଦି କଙ୍ଗନାଙ୍କ ଜୀବନୀ ଫିଲ୍ମ ରୂପେ ଦର୍ଶକଙ୍କ ପାଖରେ ପହଞ୍ଚିବ ତାହେଲେ ସେ ନିହାତି ଏହି ଫିଲ୍ମ ନିର୍ମାଣ କରିବେ। ଫିଲ୍ମର ଟାଇଟେଲ ମଧ୍ୟ ସେ ଭାବିସାରିଛନ୍ତି। ଫିଲ୍ମର ନାଁ ରହିବ କଙ୍ଗନା ଭର୍ସେସ କଙ୍ଗନା। କିନ୍ତୁ ଏବେ କଙ୍ଗନାଙ୍କର ବାୟୋପିକ୍ ନିର୍ମାଣ କରିବାର ସଠିକ୍ ସମୟ ନୁହେଁ ବୋଲି କହିଛନ୍ତି ନିର୍ଦ୍ଦେଶିକା।

କାରଣ ସେ ଜାଣିଛନ୍ତି ଯେ, କଙ୍ଗନା ଆହୁରି ସଫଳ ହେବେ।  ତାଙ୍କ ବିବାହ ମଧ୍ୟ ହୋଇନାହିଁ। ଭବିଷ୍ୟତରେ ଯଦି କଙ୍ଗନା ତାଙ୍କୁ ସୁଯୋଗ ଦେବେ ତାହେଲେ ସେ ଏହି ଫିଲ୍ମ ତିଆରି କରିବେ। କଙ୍ଗନା  ନିଜ ବାୟୋପିକର ନିର୍ଦ୍ଦେଶନା ସେ ନିଜେ ଦେବେ ବୋଲି ଇଚ୍ଛା ରଖିଛନ୍ତି। ହେଲେ ଅଶ୍ବିନୀ ଏହି ସିନେମାର ନିର୍ଦ୍ଦେଶନା କରିଲେ ବହୁତ ଖୁସି ହେବେ ବୋଲି କହିଛନ୍ତି।

   Related Posts