ଏବେ ରେଲଓ୍ବେ ଟ୍ରାକରେ ଚାଲିବ ୧୫୦ଟି ଘରୋଇ ଟ୍ରେନ୍ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୮/୧: ଏକ ଉଚ୍ଚସ୍ତରୀୟ କମିଟି ଘରୋଇ ଅପରେଟରଙ୍କୁ ୧୦୦ଟି ରେଳ ମାର୍ଗରେ ଘରୋଇ କମ୍ପାନୀଙ୍କୁ ୧୫୦ଯାତ୍ରୀଗାଡ଼ି ପରିଚାଳନା କରିବାକୁ ଅନୁମତି ଦେଇଛି। ଏଥିରେ ମୁମ୍ବାଇ-ଦିଲ୍ଲୀ ଏବଂ ହାଓଡ଼ା-ଦିଲ୍ଲୀ ରାସ୍ତା ସାମିଲ ରହିଛି। ଲକ୍ଷ୍ନୌ-ଦିଲ୍ଲୀ ରାସ୍ତାରେ ଚାଲୁଥିବା ତେଜସ୍ ଏକ୍ସପ୍ରେସ୍ ପ୍ରାଇଭେଟ୍ ପ୍ଲେୟାରଙ୍କ ଦ୍ବାରା ପରିଚାଳିତ ହେଉଥିବା ପ୍ରଥମ ଭାରତୀୟ ଟ୍ରେନ୍। ଏହାର ପରିଚାଳନା ଆଇଆରସିଟିସି ଗତ ବର୍ଷ ଅକ୍ଟୋବର ୪ତାରିଖଠୁ ଆରମ୍ଭ କରିଥିଲା।

ଏହା ଦ୍ବାରା ୨୨,୫୦୦କୋଟି ଟଙ୍କାର ନିବେଶ ଆସିପାରେ। ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ,ନୂଆଦିଲ୍ଲୀ-ପାଟଣା,ଅହମଦାବାଦ-ପୁଣେ ଏବଂ ଦାଦର-ବଡ଼ୋଦରା,ହାଓଡ଼ା-ଚେନ୍ନାଇ,ହାଓଡ଼ା-ପାଟନା,ଇନ୍ଦୋର-ଓଖଲା,ଲକ୍ଷ୍ନୌ-ଜାମ୍ମୁ ତଓ୍ବି,ଚେନ୍ନାଇ-ଓଖଲା,ଆନନ୍ଦ ବିହାର,ଭାଗଲପୁର,ସିକନ୍ଦରାବାଦ-ଗୁଆହାଟୀ ଏବଂ ହାଓଡ଼ା-ଆନନ୍ଦ ବିହାର ଭଳି ରାସ୍ତାରେ ଘରୋଇ ଟ୍ରେନ୍ ପରିଚାଳନା କରି ପାରିବ।

ଏହି ୧୦୦ଟି ରାସ୍ତାକୁ ୧୦-୧୨ ସମୂହରେ ବାଣ୍ଟି ଦିଆଯାଇଛି। ଘରୋଇ କମ୍ପାନୀର ଟ୍ରେନଗୁଡ଼ିକୁ ପ୍ରତି ଘଣ୍ଟାକୁ ୧୬୦କିମି ବେଗରେ ଟ୍ରେନ୍ ଚଲାଇବାର ଅନୁମତି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.