ଏମିତି ଖାଆନ୍ତୁ ପନିର, ବଢିବନି ଓଜନ, ପୁରଣ ହେବ ଶରୀରର ପ୍ରୋଟିନ ଆବଶ୍ୟକତା

Published By : Prameya-News7 Bureau | June 09, 2019 IST

ଭାରତୀୟ ବ୍ୟଞ୍ଜନରେ ପନିରର ସ୍ଥାନ ଭିନ୍ନ।  ସାକାହାରୀ ହୁଅନ୍ତୁ କି ଆମିଷାଷୀ ସମସ୍ତଙ୍କୁ ବେଶ ପସନ୍ଦ ଏହି ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତି। ତେବେ ପନିର ଖାଇବା ଯୋଗୁ ମୋଟା ହୋଇଯିବା ଭୟରେ ଅନେକ ଏହାକୁ ଇଛା ଥିଲେ ବି ଖାଦ୍ୟରୁ ବାଦ ଦେବାକୁ ବାଧ୍ୟ ହୋଇଥାନ୍ତି। ତେବେ ପନିରକୁ ଯଦି ଠିକ୍ ଉପାୟରେ ଖିଆ ଯାଏ ତେବେ ଏହା ନା ଫ୍ୟାଟସ୍ ର କାରଣ ହେବ ନା କୋଲେଷ୍ଟ୍ରଲର। ବରଂ ଶରୀର ପାଇଁ ପୁଷ୍ଟିକାରକ ହେବା ସହ ଆବଶ୍ୟକ ପୁରକ ଯୋଗାଇ ଦେବ। ତେବେ କେମିତି ଖାଇବା ପନିର ଆସନ୍ତୁ ଜାଣିବା।

{"id":121528}

ପନିରକୁ  ଡେଲି ୱାର୍କ ଆଉଟ ପୂର୍ବରୁ କି ପରେ ଖାଆନ୍ତୁ ନାହିଁ । ତେବେ ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଇଲେ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ଆମେ ଶୋଇବା ବେଳେ ଆମର ମାଂସପେଶୀ ଓ ଲମ୍ବା ବଢେ। ଏହି ସମୟରେ ଶରୀରକୁ ଅଧିକ ପ୍ରୋଟିନର ଆବଶ୍ୟକତା ପଡିଥାଏ । ଯାହାକୁ ପନିର ପୁରଣ କରିପାରେ। ତେବେ ଏହାକୁ ସନ୍ତୁଳିତ ମାତ୍ରାରେ ଖିଆଯିବା ଦରକାର। ନଚେତ ଅନ୍ୟ ଶାରୀରିକ ସମସ୍ୟାର କାରଣ ପାଲଟିବ।

{"id":121529}

ସାଧାରତଃ ପନିର ଏକ ଦୁଗ୍ଧଜାତ ଖାଦ୍ୟ ପଦାର୍ଥ। ଏଥିରେ କାର୍ବୋହାଇଡ୍ରେଟସ, ଫ୍ୟାଟସ ଓ ପ୍ରୋଟିନ ଭରି ରହିଥାଏ। ଅସନ୍ତୁଳିତ ଆହର ଯୋଗୁ ଏହାର ଫ୍ୟାଟସ୍ ଆମ ଦେହରେ ଜମା ହୋଇ ମେଦବହୁଳତାର କାରଣ ପାଲଟେ। ଏହା ଛଡା ମସଲାମସଲି ଯୋଗୁ ପନିର ରୋଷେଇ ହୋଇଥିବା ଖାଦ୍ୟ ଅଧିକ ରିଚ୍ ହେବାରୁ କୋଲଷ୍ଟ୍ରଲ ବୃଦ୍ଧିର କାରଣ ପାଲଟେ ଯାହା ହୃଦୟର ସ୍ବାସ୍ଥ୍ୟ ପାଇଁ ଅନୁପଯୁକ୍ତ। ତେବେ ଆମିଷାଷୀ ଲୋକଙ୍କ ଶରୀର ଆବଶ୍ୟକ କରୁଥିବା ପ୍ରୋଟିନ ପନିର ନିଶ୍ଚିତ ଭାବେ ପୁରଣ କରିବାକ ସକ୍ଷମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.