ଉଚ୍ଛୁଳା ନଈରେ ବୁଡିଗଲା ଭେଳା, ଚାଲିଗଲା ୨ ଯୁବକଙ୍କ ଜୀବନ

Published By : Prameya-News7 Bureau | September 05, 2020 IST

ଯାଜପୁର ୦୫।୦୯ : ବନ୍ୟାଜଳରେ ବୁଡି ଦୁଇ ଯୁବକ ମୃତ୍ୟୁ । ମୃତକଙ୍କ ନାମ ଶୁଭ୍ରଜିତ ବେହେରା ଓ ମିଟୁଲ୍‌ ବେହେରା ବୋଲି ଜଣାପଡିଛି । ଉଭୟଙ୍କ ବୟସ ଯଥାକ୍ରମେ ୨୪ ଓ ୧୯ ବର୍ଷ । ୨ମୃତକ ସଂପର୍କୀୟ ଭାଇ ବୋଲି ଖବର ରହିଛି । ଯାଜପୁର ଜିଲ୍ଲା ବରୀ ବ୍ଲକ ମନ୍ଦାରୀ ପଞ୍ଚାୟତ ମେଦୁଆକୁଳ ଗାଁରେ ଘଟିଛି ଅଘଟଣ ।

ଖବରଅନୁସାରେ, ଶୁଭ୍ରଜିତ୍‌ ଓ ମିଟୁଲ୍‌ ଭେଳା ମାଧ୍ୟମରେ ଛେଳିର ଖାଦ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଦୁଃଭାଗ୍ୟବଶତଃ ଭେଳଟି ଓଲଟି ପଡିଥିଲା । ଯାହାଫଳରେ କି ଦୁଇଜଣ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ଜଣଙ୍କୁ  ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ତେବେ ଘଟଣାର ଖବର ପାଇ ବରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଥିବା ଆଉ ଜଣେ ଯୁବକ ଖୋଜି ଉଦ୍ଧାର କରିଥିଲେ । ଯୁବକଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ମଧ୍ୟ ଡାକ୍ତର ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭେଳା ବୁଡିଯାଇଥିବା ସୂଚନା ମିଳିଛି । ସେହିପରି ଆସିଥିବା ବନ୍ୟା ଲାଗି ବରୀରୁ ୫ଜଣ ଜୀବନହାନୀ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.