'ପାଣ୍ଡ୍ୟା-ମୁନାଫ ପଟେଲ ମୋତେ ହୋଟେଲ ରୁମରେ ଦୁଷ୍କର୍ମ କରିଛନ୍ତି, ରାଜୀବ ଶୁକ୍ଳା ବି ଜବରଦସ୍ତ ଉପଭୋଗ କରିଛନ୍ତି' : ଦାଉଦ ସହଯୋଗୀର ପତ୍ନୀ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ- 'ମୋ ସ୍ୱାମୀ ମୋତେ ବିକିଛି'

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ,୧୩/୧୧: ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର  ହାର୍ଦ୍ଦିକ ପାଣ୍ଡ୍ୟା ଓ ପୂର୍ବତନ ବୋଲର ମୁନାଫ ପଟେଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଅଣ୍ଡରୱାର୍ଲଡ୍‌ ଡନ୍ ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟ୍ଟୀଙ୍କ ସ୍ତ୍ରୀ ରେହନୁମା ଏପରି ସାଙ୍ଘାତିକ ଅଭିଯୋଗ କରିଛନ୍ତି ।  ସ୍ୱାମୀ ରିୟାଜ ତାଙ୍କୁ  ଦୁଷ୍କର୍ମ, ଯୌନ ନିର୍ଯାତନା, ଦୁଷ୍କର୍ମ ଓ ସେକ୍ସ ରାକେଟରେ ଲଗାଉଥିଲେ । ଏପରିକି ତାଙ୍କୁ ଗ୍ରାହକଙ୍କ ସହ ରାତି କଟାଇବାକୁ ବାଧ୍ୟ କରୁଥିବା ସେ କହିଛନ୍ତି । ଏଥିରେ ବିସିସିଆଇ ଓ ଖେଳାଳିଙ୍କ ଲିଙ୍କ୍ ଥିବା କଥାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

 ସେ ନିଜ ଅଭିଯୋଗ ପତ୍ରରେ କହିଛନ୍ତି ଯେ, ଏକ ଟ୍ରାଇଡେଣ୍ଟ୍‌ ହୋଟେଲ୍‌ରେ ତାଙ୍କୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍‌ ଏବଂ ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ଦୁଷ୍କର୍ମ କରିଥିଲେ । ସ୍ବାମୀ ରିୟାଜ ତାଙ୍କୁ ବ୍ୟାବସାୟିକ ସ୍ବାର୍ଥ ପାଇଁ ବିଭିନ୍ନ ସହଯୋଗୀଙ୍କ ସହ ରାତି କଟାଇବାକୁ ବାଧ୍ୟ କରୁଥିଲେ । ଏପରିକି ଦୁଇ ପୁତ୍ରଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ ।  ଗତ ସେପ୍ଟେମ୍ବରରେ ସେ ଏନେଇ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନଥିଲା।  ସମିତ ଠକ୍କର ନାମକ ଜଣେ ଯୁବକ ସୋସିଆଲ ମିଡିଆରେ  ଅଭିଯୋଗକୁ ସେୟାର୍ କରିବା ପରେ ଘଟଣାକୁ ନେଇ ଆଲୋଡନ ଖେଳିଯାଇଛି ।  

ଏତତ୍ ବ୍ୟତୀତ, ରେହନୁମା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେ ୧୫ ବର୍ଷ ବୟସର ଥିବା ବେଳେ ତାଙ୍କୁ ବିବାହ କରିଥିଲେ ରିୟାଜ । ବିବାହ ପାଇଁ ସେ ତାଙ୍କ ମାଆଙ୍କୁ ହତ୍ୟା ଧମକ ଦେଇଥିଲେ  । ବିବାହ ପରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଏପରିକି ଅନ୍ୟ ବିଜନେସ୍ ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲେ । ବିରୋଧ କଲେ ମାଡ ସହ ହତ୍ୟା ଧମକ ଦିଆଯାଉଥିଲା ।  ଏଖତା ରିୟାଜ ତାଙ୍କୁ ଟ୍ରାଇଡେଣ୍ଟ୍ ‌ହୋଟେଲରେ ଥିବା ପୃଥ୍ବୀରାଜ କୋଠାରୀ ନାମକ ଜଣଙ୍କ ସହ ପରିଚିତ କରାଇଥିଲେ । ଏହାପରେ ପୃଥ୍ୱୀରାଜ ତାଙ୍କୁ ଦୁଷ୍କର୍ମ କରିଥିଲେ ।  ସେଠାରେ ହାର୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍ ଏବଂ ରାଜୀବ ଶୁକ୍ଳା ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ଏହାପରେ ସେ ସ୍ୱାମୀ ରିୟାଜଙ୍କଠାରୁ ଅଲଗା ରହୁଥିଲେ । କିନ୍ତୁ ୨୦୧୯ରେ ତାଙ୍କୁ ଅପହରଣ କରାଯାଇଥିଲା । ଏତେ ସବୁ କଥା ସାମ୍ନାକୁ ଆସିବା ପରେ କ୍ରିକେଟ୍ ଜଗତରେ ଝଡ ସୃଷ୍ଟି ହୋଇଛି । ଅଭିଯୋଗ ସତ ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ଜୋର୍ ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.