ମୁମ୍ବାଇରେ ୩୦ କୋଟି ଟଙ୍କାର ଫ୍ଲାଟ୍‌ କିଣିଲେ ପାଣ୍ଡ୍ୟା ବ୍ରଦର୍ସ, ରହିଛି ଏମିତି ସୁବିଧା

Published By : Prameya-News7 Bureau | July 31, 2021 IST

ମୁମ୍ବାଇ ୩୧/୭: ଭାରତୀୟ କ୍ରିକେଟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ବହୁ କମ୍‌ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ନିକଟରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍‌ ହାରିବା ପଛରେ କୃଣାଲ ପାଣ୍ଡ୍ୟା ଅଛନ୍ତି ବୋଲି କହିଲେ କିଛି ଭୁଲ ହେବ ନାହିଁ । ଦିତ୍ବୀୟ ମ୍ୟାଚ୍‌ ପୂର୍ବରୁ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ୮ ଖେଳାଳିଙ୍କୁ ବି ଦ୍ବିତୀୟ ଏବଂ ତୃତୀୟ ମ୍ୟାଚ୍‌ରେ ବାଦ ଦିଆଯାଇଥିଲା । ଯାହା ଫଳରେ ଟିମ୍‌ ଇଣ୍ଡିଆ ଦୁଇଟି ମ୍ୟାଚ୍‌ ହାରିବା ସହ ସିରିଜ୍‌ରେ ୧-୨ରେ ପରାଜୟ ବରଣ କରିଛି।

ଯଦିଓ ଏଠାରେ ଉଲ୍ଲେଖ ଖବର  ହାର ଜିତର ନୁହେଁ ବରଂ ଟି-୨୦ ସିରିଜ୍‌ରେ ପରାଜୟ ପରେ ମୁମ୍ବାଇରେ ବିଳାଶପୂର୍ଣ୍ଣ ଫ୍ଲାଟ୍‌ କିଣିଛନ୍ତି ପାଣ୍ଡ୍ୟା ବ୍ରଦର୍ସ। ଯାହାର ଦାମ ୩୦ କୋଟି ଟଙ୍କା ହୋଇଥିବା ବେଳେ ଦୁଇ ଭାଇଙ୍କ ଏହି ଫ୍ଲାଟରେ ୮ଟି ବେଡ୍‌ରୁମ୍‌ ରହିଛି ।

ପାଣ୍ଡ୍ୟା ବ୍ରଦର୍ସ କମ୍‌ ସମୟରେ କମେଇଛନ୍ତି  ଖୁବ୍‌ ଟଙ୍କା
ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ଲକଜୁରୀ ଲାଇଫ୍‌ ପାଇଁ ଜଣାଯାଆନ୍ତି । ଓ୍ବାର୍ଲଡ୍‌ କ୍ରିକେଟରେ ଦୁଇ ଭାଇ ବହୁତ କମ୍‌ ସମୟରେ ଖୁବ ଟଙ୍କା ଏବଂ ନାଁ କମେଇଛନ୍ତି। ଦୁଇ ଭାଇଙ୍କ ଏହି ବିଳାଶପୂର୍ଣ୍ଣ ଘର ୩୮୩୮ ବର୍ଗ ଫୁଟ୍‌ରେ ପରିବ୍ୟାପ୍ତ।

ଆପାର୍ଟମେଣ୍ଟରେ ଜିମ୍‌ଠୁ ସ୍ବିମିଂ ପୁଲ ବି ରହିଛି
ଡିଏନଏରେ ପ୍ରକାଶିତ ଖବର ମୁତାବିକ, ପାଣ୍ଡ୍ୟା ବ୍ରଦର୍ସଙ୍କ ଏହି ଫ୍ଲାଟ୍‌ ମୁମ୍ବାଇର ରୁସ୍ତମଜୀ ପରାମାଉଣ୍ଟରେ ରହିଛି। ଏହି ସୋସାଇଟ୍‌​‌ରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନି ମଧ୍ୟ ରହୁଛନ୍ତି। ପାଣ୍ଡ୍ୟା ବ୍ରଦର୍ସଙ୍କ ଆପାର୍ଟମେଣ୍ଟରେ ଜିମ୍‌, ସ୍ବିମିଂ ପୁଲ୍‌ ଏବଂ ଗୋଟିଏ ପ୍ରାଇଭେଟ୍‌ ସ୍ବିମିଂ ପୁଲ ରହିଛି ।

ଖୁବଶୀଘ୍ର ଦୁଇ ଭାଇ ମୁମ୍ବାଇ ଶିଫ୍ଟ ହେବେ
ପାଣ୍ଡ୍ୟା ବ୍ରଦର୍ସଙ୍କ ଆପାର୍ଟମେଣ୍ଟରେ ପ୍ରାଇଭେଟ୍‌ ଥିଏଟର ମଧ୍ୟ ରହିଛି। ଏହା ପୂର୍ବରୁ ଦୁଇ ଭାଇ ଭଦୋଦରାରେ ରହୁଥିଲେ । ଖବର ଅନୁସାରେ, ଖୁବଶୀଘ୍ର ସେମାନେ ମୁମ୍ବାଇ ଶିଫ୍ଟ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.