ପିତାଙ୍କ ଅନ୍ତିମ ସଂସ୍କାରରେ ଭାଙ୍ଗି ପଡିଲେ ପାଣ୍ଡ୍ୟା ବ୍ରଦର୍ସ

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ ୧୭/୦୧ : ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୄଣାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଶନିବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ପାଣ୍ଡ୍ୟା ବ୍ରଦର୍ସଙ୍କ ପିତାଙ୍କ ଦେହାନ୍ତରେ ସାରା କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି। ଦୁଇ ଭାଇ ପିତାଙ୍କୁ ଶେଷ ବିଦାୟ ଦେଇଛନ୍ତି।

{"id":393721,"sizeSlug":"large","linkDestination":"none"}

ଶନିବାର ଦିନ ଦୁଇ ଭାଇ ବଡୋଦରାରେ ପିତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ପିତାଙ୍କ ଅନ୍ତିମ ସଂସ୍କାରରେ ସେ ନିଜକୁ ସମ୍ଭାଳି ପାରିଲେନି। ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପାଣ୍ଡ୍ୟା ବ୍ରଦର୍ସ ଅନ୍ତିମ ସଂସ୍କାରରେ ସମସ୍ତ ଅନ୍ତିମ କ୍ରିୟା  କରିଥିଲେ।

{"id":393719,"sizeSlug":"large","linkDestination":"none"}

କୄଣାଲ ପାଣ୍ଡ୍ୟା ମୁସ୍ତାକ ଅଲି ଟି-୨୦ ଟୁର୍ନାମେଣ୍ଟରେ ବଡ଼ୋଦା ଟିମରେ ଖେଳୁଥିଲେ। କିନ୍ତୁ ପିତାଙ୍କ ଦେହାନ୍ତ ପରେ ସେ ଟୁର୍ନାମେଣ୍ଟ ଛାଡି ଚାଲିଆସିଲେ। ପିତାଙ୍କ ଦେହାନ୍ତ ଖବର ଶୁଣି ହାର୍ଦ୍ଦିକ ପାଣ୍ଡ୍ୟା ପତ୍ନୀ ନତାଶାଙ୍କ ସହ ବଡୋଦରାରେ ପହଂଚିଥିଲେ।

{"id":393720,"sizeSlug":"large","linkDestination":"none"}

ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲି ପାଣ୍ଡ୍ୟାଙ୍କ ପିତାଙ୍କ ଦେହାନ୍ତ ପରେ ଶୋକ ବ୍ୟକ୍ତ କରିଛନ୍ତି। ଟ୍ୱିଟ କରି ସେ ଲେଖିଛନ୍ତି,'ପାଣ୍ଡ୍ୟା ବ୍ରଦର୍ସଙ୍କ ପିତାଙ୍କ ଖବର ସୁନିଆ ମୁଁ ବହୁତ ଦୁଃଖିତ, ମୁଁ ଦୁଇଥର ତାଙ୍କ ସହ କଥାବାର୍ତ୍ତା ହୋଇଛି। ସେ ବହୁତ ପ୍ରସନ୍ନ ଓ ଜୀବନ୍ତ ସ୍ୱଭାବର ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.