Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାପା ହେଲେ ପାଣ୍ଡ୍ୟା, ସେୟାର କଲେ ପୁତ୍ର ସନ୍ତାନର ଫଟୋ

30/07/2020 at 4:13 PM

ନୂଆଦିଲ୍ଲୀ, ୩୦|୦୭:  ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରିବାରକୁ ଏକ ନୂଆ ଅତିଥି ଆସିଛି । ପାଣ୍ଡ୍ୟା ବାପା ହୋଇଛନ୍ତି । ଗୁରୁବାର ସେ ଏହି ଖବର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ପାଣ୍ଡ୍ୟାଙ୍କ ବାନ୍ଧବୀ ନତାଶା ଷ୍ଟାନକୋବିଚରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ସେ ସୋସିଆଲ ମିଡିଓରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ପାଣ୍ଡ୍ୟା ନିଜ ପୁତ୍ର ସନ୍ତାନର ହାତ ଧରିଛନ୍ତି ।

View this post on Instagram

We are blessed with our baby boy ❤️🙏🏾

A post shared by Hardik Pandya (@hardikpandya93) on

ପାଣ୍ଡ୍ୟା ଜାନୁଆରୀ ୧ରେ ଅଭିନେତ୍ରୀଙ୍କ ନତାଶାଙ୍କ ସହ ନିର୍ବନ୍ଧ କରିଥିଲେ । ଏହାପରେ ସେ ଲକଡାଉନରେ ଫ୍ୟାନଙ୍କୁ ନତାଶା ଗର୍ଭବତୀ ଥିବା ଖବର ଦେଇଥିଲେ । ଏବେ ଉଭୟଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି ।

ଭାରତୀୟ ଦଳର ଅଲରାଉଣ୍ଡର ପାଣ୍ଡ୍ୟା ଫ୍ୟାନଙ୍କୁ ସରପ୍ରାଇଜ୍ ଦେଇ ଅଭିନବ ଭାବେ ସମୁଦ୍ର ମଝିରେ ନତାଶାଙ୍କ ସହ ନିର୍ବନ୍ଧ କରିଥିଲେ । ସେବେଠାରୁ ଉଭୟ ଗୋଟିଏ ଘରେ ରହୁଥିଲେ ।

   Related Posts