Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାଣ୍ଡୋରା ପେପର୍ସରେ ୭୦୦ ପାକିସ୍ତାନୀ ନାଁ, ବଢିଲା ଇମ୍ରାନ ଖାନଙ୍କ ଅଡୁଆ

4/10/2021 at 12:26 PM

ନୂଆଦିଲ୍ଲୀ: ପ୍ରକାଶ ପାଇଛି ବହୁ ଚର୍ଚ୍ଚିତ ପାଣ୍ଡୋରା ପେପର୍ସ ତଥ୍ୟ ଲିକ୍ ଘଟଣା । ପାଣ୍ଡୋରା ପେପରରେ ସମଗ୍ର ବିଶ୍ୱରୁ ପ୍ରସିଦ୍ଧ ବ୍ୟକ୍ତିତ୍ୱର ଆର୍ଥିକ କାରବାର ବିଷୟରେ ପ୍ରକାଶ ପାଇଛି । ଏହି ତାଲିକାରେ ପାକିସ୍ତାନର ୭୦୦ ଲୋକଙ୍କ ନା ପ୍ରକାଶ ପାଇଛି ।

ଇମ୍ରାନ ସରକାରରେ ଅର୍ଥମନ୍ତ୍ରୀ ଶୌକତ ତରିନ, ଜଳ ସମ୍ପଦ ମନ୍ତ୍ରୀ ମୁନିସ ଏଲାହି, ସାଂସଦ ଫୈସଲ ୱାଡା, ଶିଳ୍ପ ଏବଂ ଉତ୍ପାଦନ ମନ୍ତ୍ରୀ ଖୁସ୍ରୋ ବଖତିୟାରଙ୍କ ପରିବାର ସଦସ୍ୟ ଏଥିରେ ଗୁପ୍ତ ସମ୍ପତ୍ତି ରଖିଥିବା ଓ ବେଆଇନ୍ ଉପାୟରେ ନିବେଶ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ ରହିଛି । ଏହା ବ୍ୟତୀତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବିରୋଧୀ ଦଳର ନେତା ଏବଂ ବହୁ ସେନା ଅଧିକାରୀଙ୍କ ନାମ ମଧ୍ୟ ରହିଛି ।

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଇମ୍ରାନ ଖାନ ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ ଯେଉଁମାନଙ୍କ ନାମ ନୂଆ ତାଲିକାରେ ଆସିଛି । ସେମାନଙ୍କୁ ଯାଞ୍ଚ କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ ଆକ୍ସନ ନିଆଯିବ । ଜଳବାୟୁ ପରିବର୍ତ୍ତନ ଭଳି ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି । ଇମ୍ରାନ ଟ୍ୱିଟ୍ କରି ଲେଖିଛନ୍ତି, ‘ଆମେ ପାଣ୍ଡୋରା ପେପର୍ସକୁ ସ୍ୱାଗତ କରୁଛୁ । ଯାହା ଧନୀ ବ୍ୟକ୍ତିଙ୍କ ସତ୍ୟକୁ ଉନ୍ମୋଚନ କରିଛି ଯେଉଁମାନେ ଭୁଲ ଉପାୟରେ ଧନ ସଂଗ୍ରହ କରୁଛନ୍ତି ।

ଜାତିସଂଘର ମହାସଚିବଙ୍କ FACTI ଆନୁମାନିକ 7 ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ଚୋରି କରି ବିଦେଶକୁ ପଠାଯାଇଛି । ଏଥି ସହ ବିରୋଧୀ ଏହି ପ୍ରସଙ୍ଗରେ ପାକିସ୍ତାନ ସରକାର ଉପରେ ଆକ୍ରମଣ କରିଛନ୍ତି । ପାଣ୍ଡୋରା ପେପର ରିଲିଜ୍ ହେବା ପରେ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ଇମ୍ରାନ ଖାନଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ଗଣମାଧ୍ୟମ ସମ୍ମିଳନୀରେ ପିଏମଏଲ-ଏନ ସଚିବ ଏହସାନ ଇକବାଲ ଏହା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଇମ୍ରାନ ଖାନ ବର୍ତ୍ତମାନ ଇସ୍ତଫା ଦିଅନ୍ତୁ ।

   Related Posts