ଭାଙ୍ଗିଗଲା ରାଜନ-ସାଜନଙ୍କ ଯୋଡି, ପଦ୍ମଭୂଷଣ ପଣ୍ଡିତ ରାଜନ ମିଶ୍ରଙ୍କ କରୋନାରେ ଦେହାନ୍ତ

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୦୪: କରୋନା ମହାମାରୀର ଦ୍ୱିତୀୟ ଲହରରୁ ବି-ଟାଉନ୍ ସେଲିବ୍ରିଟିମାନେ ମଧ୍ୟ ବଞ୍ଚିପାରି ନାହାଁନ୍ତି ।  କିଛି ସେଲିବ୍ରିଟି ଏହି ଭାଇରସ୍ ସହ ଲଢେଇ କରି ଜିତିଥିବା ବେଳେ ଆଉ କିଛି ହାରିଯାଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏଭଳି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପଦ୍ମଭୂଷଣ ପଣ୍ଡିତ ରାଜନ ମିଶ୍ରଙ୍କ ୭୦ ବର୍ଷ ବୟସରେ କରୋନାରେ ଦେହାନ୍ତ ହୋଇଛି ।

PunjabKesari

ପଣ୍ଡିତ ରାଜନ ମିଶ୍ର କରୋନା ସଂକ୍ରମିତ ହୋଇଥିଲେ । ତାଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ସେଣ୍ଟ ଷ୍ଟିଫେନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ପାଇଁ ବେଡ୍ ଏବଂ ଅକ୍ସିଜେନ ମଧ୍ୟ ଦାବି କରିଥିଲେ । କିନ୍ତୁ ସେ ଜୀବନ ଯୁଦ୍ଧରେ ହାରି ଗଲେ ।

ରାଜନ ମିଶ୍ରଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ତାଙ୍କ ବିୟୋଗ ହେତୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଅଗ୍ରଦୂତ ତଥା ବାରାଣାସୀ ସଂଗୀତ ଘରାନାର ପ୍ରସିଦ୍ଧ ରାଜନ-ସାଜନ ମିଶ୍ର ଯୋଡି ଭାଙ୍ଗିଯାଇଛି ।

wp:html /wp:html

ଗାୟକ ଲତା ମଙ୍ଗେଶକର ଟ୍ୱିଟ୍ କରି ରାଜନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଲତା ମଙ୍ଗେଶକର ଟ୍ୱିଟ୍ କରି କହିଛନ୍ତି, 'ମୁଁ ଜାଣିବାକୁ ପାଇଲି ଯେ ଅତି ପ୍ରତିଭାବାନ ଶାସ୍ତ୍ରୀୟ ଗାୟକ ପଦ୍ମଭୂଷଣ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପଣ୍ଡିତ ରାଜନ ମିଶ୍ରଙ୍କର ଦେହାନ୍ତ ହୋଇଛି । ଏହା ଶୁଣି ମୁଁ ବହୁତ ଦୁଃଖିତ । ଇଶ୍ୱର ତାଙ୍କ ଆତ୍ମାକୁ ​​ଶାନ୍ତି ଦିଅନ୍ତୁ । ତାଙ୍କ ପରିବାର ପ୍ରତି ମୋର ସମବେଦନା । '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.