Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ୧୩୦ତମ ଜୟନ୍ତୀ

14/11/2019 at 9:53 AM

ଭୁବନେଶ୍ବର ୧୪।୧୧: ଆଜି ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୧୩୦ ପୁଣ୍ୟ ଜୟନ୍ତୀ । ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଭାବେ ନେହେରୁ ବିଶ୍ବ ଜନମାନସରେ ବେସ ସୁପରିଚିତ । ଛୋଟ ପିଲାମାନଙ୍କୁ ଖୁବ୍ ସ୍ନେହ ଆଦର କରୁଥିବା ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁଦିବସ ଭାବେ ପାଳନ କରିବାକୁ  ଚାହିଁଥିଲେ ।  ପିଲାମାନେ  ଖୁସୀରେ ତାଙ୍କୁ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ । 

ଆଜିର ଶିଶୁ ଆସନ୍ତାକାଲିର ନାଗରିକ ହୋଇଥିବାରୁ ଶିଶୁମାନଙ୍କ ବୌଦ୍ଧିକ, ଶାରୀରିକ ମାନସିକ ସ୍ଥରରେ ଅଭିବୃଦ୍ଧି ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ।  ଶିଶୁ ଦିବସ ଅବସରରେ ଦେଶ ତଥା ରାଜ୍ୟର ଶିକ୍ଷାନୁଷ୍ଠାନ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ  ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

   Related Posts