Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିବାହ ବେଦୀରେ ବର-କନ୍ୟା ପରସ୍ପରକୁ କିସ୍‌ କରିବା ପାଇଁ କହିଲେ ବରଙ୍କ ପିତା, ବାହାଘର କରୁଥିବା ପଣ୍ଡିତ କଲେ ଏଭଳି କିଛି : ଭିଡିଓ ଭାଇରାଲ…

26/11/2021 at 9:27 PM

ନୂଆଦିଲ୍ଲୀ ୨୬/୧୧ : ବିବାହ ଏକ ପବିତ୍ର ପରମ୍ପରା ଏବଂ ସାମାଜିକ ପ୍ରଥା। ନିଆରା ଢଙ୍ଗରେ ବିବାହ କରିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । ତେଣୁ ନିଜ ବିବାହକୁ ଆହୁରି ସୁନ୍ଦର ଏବଂ ସତେଜ୍‌ କରି ରଖିବା ପାଇଁ ଆଜିର ଯୁବପିଢି ଭିନ୍ନ ପନ୍ଥା ଆପଣାଉଥିବା ନଜିର ରହିଛି । ବାପା-ମାଆଙ୍କ ଉପସ୍ଥିତି ବିନା ବିବାହ କାର୍ଯ୍ୟ ତ ଅସମ୍ପୂର୍ଣ୍ଣ । ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ଜାରି ରହିଥିବା ବେଳେ ବରର ପିତା ଏଭଳି କିଛି କହିଥିଲେ ଯାହାକୁ ଶୁଣିବା ପରେ ସେଠାରେ ଉପସ୍ଥିତ ସମସ୍ତେ ଚକିତ ହୋଇଯାଇଥି​‌ଲେ । ନବ ଦମ୍ପତ୍ତି ପରସ୍ପରକୁ କିସ୍‌ କରନ୍ତୁ କହିଥିଲେ ବରର ପିତା । ବର କନ୍ୟା ପରସ୍ପର କିସ୍‌ କରିବା ପାଇଁ ନିର୍ଦେଶ ଦେବାକୁ ବିବାହ କରାଉଥିବା ପଣ୍ଡିତଙ୍କୁ କହିଥିଲେ ବରର ବାପା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା​‌ରେ ଲାଗିଛି ।

ତେବେ ସବୁଠାରୁ ମଜାଦାର କଥା ହେଉଛି, ବରର ପିତା ଏଭଳି କହିବା ପରେ ବିବାହ କରାଉଥିବା ପଣ୍ଡିତ ବର-କନ୍ୟା ପରସ୍ପରକୁ କିସ୍‌ କରିବା ପାଇଁ କହିଥିଲେ । ପଣ୍ଡିତ କହିଲେ, ‘ଆପଣ ଦୁଇ ଜଣ ଏବେ ଦୁଇଜଣଙ୍କୁ କିସ୍‌ କରିବେ ।’ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା​‌ର ଲାଗିଛି । ଏଭଳି ନିଆରା ବିବାହକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଥିବା ବେଳେ କେହି କେହି ବିରୋଧ ବି କରୁଛନ୍ତି । ହିନ୍ଦୁ ରୀତିନୀତିରେ ଏଭଳି ହୁଏ ନାହିଁ ବୋଲି କିଛି ମତ ଦେଇଛନ୍ତି ।

   Related Posts