Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଶ୍ରୀମନ୍ଦିର ପରେ ଫୋକସ୍‌ରେ ଏକାମ୍ର କ୍ଷେତ୍ର: ଲିଙ୍ଗରାଜ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍

31/10/2020 at 6:38 PM

ଭୁବନେଶ୍ୱର ୩୧/୧୦ :  ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏକାମ୍ରକ୍ଷେତ୍ରର ଉନ୍ନୟନମୂଳକ କାମ । ଆଜି ଭୋର ୫ଟାରେ ଯୋଜନାର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ତାଙ୍କ ସହ ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍ କୁମାର ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଥିଲେ ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କାମ ପାଇଁ ସବୁ କର୍ମଚାରୀଙ୍କୁ  ପ୍ରଶଂସା କରିଛନ୍ତି ପାଇଭ୍ ଟି ସଚିବ ।

ଶ୍ରୀମନ୍ଦିର ପରେ ଫୋକସରେ ଏକାମ୍ର କ୍ଷେତ୍ର । ଶିବରାତ୍ରୀ ପୂର୍ବରୁ ସରିବ ଏକାମ୍ର କ୍ଷେତ୍ର ଯୋଜନା । ଶନିବାର ଭୋର ୫ଟାରେ ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନତିମୂଳକ କାମର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ । ତାଙ୍କ ସହ ପୂର୍ତ୍ତ ବିଭାଗ ସଚିବ ଏବଂ ବିଏମସି କମିଶନର ମଧ୍ୟ ଉପସ୍ଥିତ ଥିଲେ ।

ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ,  ବନ୍ଦୁସାଗର ଚାରିପଟେ ଥିବା ପାଦଚଲା ରାସ୍ତା, ବ୍ୟାଟେରୀଚାଳିତ ଗାଡି, ବଢେଇବାଙ୍କରୁ ବ୍ରଜବନ୍ଧୁ କଲ୍ୟାଣମଣ୍ଡପ ପାଖରେ ଥିବା ବସ ପାର୍କିଂ, ମନ୍ଦିର ଚତୁଃପାର୍ଶ୍ବର ଡ୍ରେନ କାମର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଫାଭଭ ଟି ସଚିବ । ଏସବୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ । ତେଣୁ ମହାଶିବରାତ୍ରୀ ପୂର୍ବରୁ ସବୁ କାମ ଶେଷ କରିବାକୁ ପୂର୍ତ୍ତ ସଚିବ ଏବଂ ବିଏମସି କମିଶନରଙ୍କୁ କହିଥିଲେ ଫାଇଭ ଟି ସଚିବ । ସେପଟେ ବିଏମସି କମିଶନର କହିଛନ୍ତି ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଛି । ନଭେମ୍ବର ସୁଦ୍ଧା ସମସ୍ତ ଜମି ଅଧିଗ୍ରହଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ମନ୍ଦିର ସେବାୟତ ଓ ନିଯୋଗର ସଦସ୍ୟମାନେ ଫାଇଭ ଟି ସଚିବ ଲିଙ୍ଗରାଜ ମନ୍ଦିରର ଉନ୍ନୟନ ମୂଳକ କାମର ସମୀକ୍ଷାକୁ ସ୍ବାଗତ କରିଛନ୍ତି । ଏକାମ୍ର କ୍ଷେତ୍ରର ବିକାଶ ହୋଇ ପାରିଲେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିବା ସହ ପର୍ଯ୍ୟଟନ ଶିଳ୍ପର ଉନ୍ନତି ହୋଇପାରିବ । 

ବିକାଶ କାମ ଯେଉଁ ଗତିରେ ଚାଲୁଛି, ମହାଶିବରାତ୍ରୀ ବେଳକୁ ଶ୍ରଦ୍ଧାଳୁ ଦେଖିବେ ଏକାମ୍ର କ୍ଷେତ୍ର ନବକଳେବର ଦେଖିବାକୁ ମିଳିବ ।ଭୁବନେଶ୍ବରରୁ କ୍ୟାମେରାପର୍ସନ ଅଜିତ, ଦିପକଙ୍କ ସହ ନିରଦ ପଟନାୟକ ଓ ଦ୍ବିତୀକୃଷ୍ଣ ପହି । 

   Related Posts