Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମନୀଷ ପାଣ୍ଡେ ଓ ବିଜୟ ଶଙ୍କରଙ୍କ ଦମଦାର ବ୍ୟାଟିଂ: ୮ ଓ୍ବିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ହାଇଦ୍ରାବାଦ

22/10/2020 at 11:01 PM

ନୂଆଦିଲ୍ଲୀ ୨୨/୧୦: ଚଳିତ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟର ୪୦ ତମ ମ୍ୟାଚ୍‌ ନିଜ ନାଁରେ କରିନେଇଛି ସନରାଇଜର୍ସ ହାଇଦ୍ରାବାଦ। ରାଜସ୍ଥାନ ରୟାଲ୍ସକୁ ମାତ ଦେଇ ବିଶାଳ ବିଜୟର ଅଧିକାରୀ ହୋଇଛି ହାଇଦ୍ରାବାଦ। ୧୫୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ। କେବଳ ଦୁଇ ଓ୍ବିକେଟ୍‌ ବିନିମୟରେ ୧୫୬ ରନ୍‌ ହାସଲ କରିଛି ଦଳ । ପ୍ରଥମେ ଦଳକୁ ବ୍ୟାଟିଂ ବିପର୍ଯୟର ସାମ୍ନା କରିବାକୁ ପଡ଼ିଥିଲେ ହେଁ ମନୀଷ ପାଣ୍ଡେଙ୍କ ଦମଦାର ବ୍ୟାଟିଂ ଦଳକୁ ସହଜ ବିଜୟ ଆଡ଼କୁ ନେଇଥିଲା ।

କେବଳ ୪ ରନ୍‌ରେ ହାଇଦ୍ରବାଦକୁ ଲାଗିଥିଲା ପ୍ରଥମ ଝଟ୍‌କା। ୪ ରନ୍‌ କରି ପାଭିଲିୟନ ଫେରିଥିଲେ ଅଧିନାୟକ ଡେଭିଡ୍‌ ଓ୍ବାର୍ଣ୍ଣର। ସେହିଭଳି ଜନି ବେୟାରଷ୍ଟୋ ଗୋଟିଏ ଛକା ଓ ଗୋଟିଏ ଚୌକା ସହ ୧୦ ରନ୍‌ କରି ଫେରିଥିଲେ । କିନ୍ତୁ ମନୀଷ ପାଣ୍ଡେଙ୍କ ଦମଦାର ୮୩ ରନ୍‌ ଦଳକୁ ବିଜୟ ଆଣିଦେଇଥିଲା। ସେହିଭଳି ବିଜୟ ଶଙ୍କର ମନୀଷ ପାଣ୍ଡେଙ୍କ ସାଥ୍‌ ଦେଇଥିଲେ। ୫୨ ରନ୍ ଯୋଡ଼ିଥିଲେ ବିଜୟ ଶଙ୍କର‌।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରାଜସ୍ଥାନ ରୟାଲ୍ସ ​‌ସନରାଇଜର୍ସ ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ ଦେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୧୫୪ ରନ୍ କରିବାରେ ସକ୍ଷମ ହୋଇଥିଲା । ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା ରାଜସ୍ଥାନକୁ। ରବିନ ଉତ୍ଥାପା ୧୩ ବଲ୍‌ରେ ୧୯ ରନ୍ କରି ରନ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୮୬ ରନ୍‌ରେ ଦଳ ସହିଥିଲା ଦ୍ବିତୀୟ କ୍ଷତି। ସଞ୍ଜୁ ସାମସନ୍ ୩୬ ରନ୍ କରି ହୋଲ୍ଡରଙ୍କ  ବଲ୍‌ର ଶିକାର ହୋଇଥିଲେ ।

ପୁଣି ୧୩ ଓଭରରେ ଦଳକୁ ଲାଗିଥିଲା ତୃତୀୟ ଧକ୍କା। ବେନ୍ ଷ୍ଟୋକ୍ସ‌ ଫେରିଥିଲେ ପାଭିଲିୟନ୍‌। ସେହିଭଳି କେବଳ ୧୨ ରନ୍ କରି ଆଉଟ୍ ହୋଇଥିଲେ ଜୋସ୍ ବଟ୍‌ଲର। ପରେ ପରେ ୧୮.୧ ଓଭରରେ ଷ୍ଟିଭ୍ ସ୍ମିଥ ଓ ୧୮.୨ ବଲ୍‌ରେ ରିୟାନ୍ ପରାଗ ଆଉଟ୍ ହୋଇଯାଇଥିଲେ । ସେତେବେଳକୁ ଦଳ କରିଥିଲା ୧୩୫ ରନ୍ ।

ସନରାଇଜର୍ସ ହାଇଦ୍ରାବଦ୍‌ର ଦମଦାର ବୋଲିଂ ରାଜସ୍ଥାନକୁ ବଡ଼ ସ୍କୋର କରିବାରେ ବାଧକ ସାଜିଥିଲା। ଆଜି ସର୍ବାଧକ ୩ ଓ୍ବିକେଟ ଅକ୍ତିଆର କରିଥିଲେ ଜେସନ୍ ହୋଲ୍ଡର। ରଶିଦ ଖାନ ଓ ବିଜୟ ଶଙ୍କର ଗୋଟିଏ ଲେଖାଁଏ ଓ୍ବିକେଟ ନୋବରେ ସକ୍ଷମ ହୋଇଥଲେ ।  

   Related Posts