କରୋନା ଭୟ: ୯୦ ପ୍ରତିଶତ ଲୋକ ଖର୍ଚ୍ଚ କରିବା ଦିଗରେ ସତର୍କ ହୋଇଛନ୍ତି

Published By : Prameya-News7 Bureau | September 25, 2020 IST

ମୁମ୍ବାଇ ୨୫/୦୯: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ସହ ରୋଜଗାର ଓ ଆର୍ଥିକ ଅବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି। କରୋନା ଭାଇରସ୍ ଯୋଗୁ ଅର୍ଥାବସ୍ଥା ମଧ୍ୟ ଦୋହଲି ଯାଇଛି। ତେବେ ଏ ମହାମାରୀ କେବଳ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉ ନାହିଁ,  ବରଂ ଖର୍ଚ ଉପରେ ମଧ୍ୟ ପ୍ରଭାବ ପକାଇଛି। ଷ୍ଟାଣ୍ଡର୍ଡ ଚାଟାର୍ଡ ବ୍ୟାଙ୍କ ଅନୁସାରେ ମହାମାରୀ ଭୟରେ ପ୍ରତି ୧୦ଜଣରୁ ୯ ଜଣ ଭାରତୀୟ ଅର୍ଥାତ ୯୦ ପ୍ରତିଶତ ଲୋକ ଖର୍ଚ କରିବା ଦିଗରେ ସତର୍କତା ଅବଲମ୍ବନ କରୁଛନ୍ତି। ଅର୍ଥାତ୍ ଖର୍ଚ ପ୍ରତି ସତର୍କ ହୋଇଛନ୍ତି।

ଏହା ବାଦ୍ ୭୬ ପ୍ରତିଶତଙ୍କ ବିଶ୍ବାସ ଯେ ମହାମାରୀ ସେମାନଙ୍କୁ ଖର୍ଚ କରିବା ପୂର୍ବରୁ ଚିନ୍ତା କରିବାକୁ ବାଧ୍ୟ କରୁଛି। ବିଶ୍ବ ସ୍ତରରେ ୬୨ ପ୍ରତିଶତ ଲୋକ ଏହିଭଳି ଚିନ୍ତା କରୁଛନ୍ତି। ସେହିପରି ୭୮ ପ୍ରତିଶତ ଭାରତୀୟଙ୍କୁ ଅନଲାଇନରେ ଜିନିଷ କିଣାକିଣି ପସନ୍ଦ ।

ମହାମାରୀ ପୂର୍ବ ତୁଳନାରେ ଭାରତ ସମେତ ଦୁନିଆରେ ଲୋକମାନେ ଏବେ ଘରଭଡ଼ା, ସ୍ବାସ୍ଥ୍ୟ, ଡିଜିଟାଲ ଉପକରଣ ଭଳି ଜିନିଷରେ ଖର୍ଚ କରୁଛନ୍ତି। ଏହି ସର୍ଭେ ୧୨ଟି ଦେଶକୁ ନେଇ କରାଯାଇଛି। ଅର୍ଥାତ୍ ଭାରତ, ଚୀନ, ବ୍ରିଟେନ, ହଂଗକଂଗ, ୟୁଏଇ, କେନିଆ, ଆମେରିକା, ମଲେଶିୟା, ସିଙ୍ଗାପୁର, ତାଇଓ୍ବାନ, ପାକିସ୍ତାନ, ଇଣ୍ଡୋନେସିଆର ୧୨ ହଜାର ଲୋକଙ୍କ କଥାବର୍ତା ଆଧାରରେ କରାଯାଇଛି। ଏହା ସହ ୮୭ ପ୍ରତିଶତଙ୍କ ମତ ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଲୋକମାନେ କ୍ୟାସଲେସ୍ ଖର୍ଚ ଦିଗରେ ଆଗରେ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.