କଳିଯୁଗରେ ମଧ୍ୟ ଜନ୍ମ ନେଇଛନ୍ତି ପଞ୍ଚୁ ପାଣ୍ଡବ : ଜାଣନ୍ତୁ କେଉଁଠି ଏବଂ କାହା ଘରେ ନେଇଛନ୍ତି ଜନ୍ମ

Published By : Prameya-News7 Bureau | June 15, 2019 IST

ଭବିଷ୍ୟତ ପୁରାଣ ଅନୁସାରେ ମହାଭାରତ ଯୁଦ୍ଧ ପରେ ମଧ୍ୟରାତ୍ରିରେ ଅଶ୍ବତ୍ଥାମା,କୃତବର୍ମା ଏବଂ କୃପାଚାର୍ଯ୍ୟ ଏହି ୩ଜଣ ଶିବିର ପାଖକୁ ଯାଇ ଭଗବାନ ଶିବଙ୍କ ଆରାଧନା କରିଥିଲେ ଏବଂ ଧ୍ୟାନ କରିଥିଲେ। ତାଙ୍କ ଆରାଧନାରେ ଖୁସି ହୋଇ ଭଗବାନ ଶିବ ତାଙ୍କୁ ପାଣ୍ଡବଙ୍କ ଶରୀରକୁ ଯିବାକୁ ଅନୁମତି ଦେଇଥିଲେ। ଭଗବାନ ଶିବଙ୍କ ଆଜ୍ଞା ମିଳିବାରୁ ଅଶ୍ବତ୍ଥାମା ପାଣ୍ଡବଙ୍କ ଶିବିରରେ ଦାଖଲ ହୋଇଗଲେ ଏବଂ ତାଙ୍କ ପୁଅଙ୍କୁ ମାରି ସେଠାରୁ ଚାଲିଯାଇଥିଲେ।

ଯେତେବେଳେ ପାଣ୍ଡବଙ୍କୁ ଏହି ଘଟଣା ବିଷୟରେ ଜଣା ପଡ଼ିଥିଲା ସେତେବେଳେ ସେମାନେ ଏଥିପାଇଁ ଶିବଙ୍କୁ ଦାୟୀ ମାନିଥିଲେ ଏବଂ ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନେ ଭଗବାନ ଶିବଙ୍କ ସହ ଯୁଦ୍ଧ କରିବାକୁ ଚାହୁଁଥିଲେ। କିନ୍ତୁ ଯେତେବେଳେ ସେମାନେ ଭଗବାନ ଶିବଙ୍କ ନିକଟକୁ ଯୁଦ୍ଧ କରିବା ପାଇଁ ପହଞ୍ଚିଥିଲେ ସେତେବେଳେ ତାଙ୍କ ସବୁ ଅସ୍ତ୍ର-ଶସ୍ତ୍ର ଶିବଙ୍କ ଶରୀରରେ ଲୀନ ହୋଇଯାଇଥିଲା। ଏହାପରେ ଭଗବାନ ଶିବ କହିଥିଲେ ଯେ ତୁମେମାନେ କୃଷ୍ଣର ଉପାସକ ସେଥିପାଇଁ ତୁମମାନଙ୍କୁ ତୁମ କର୍ମ ଫଳ ଏହି ଜନ୍ମରେ ମିଳିବ ନାହିଁ କିନ୍ତୁ ଏହାର ଫଳ ତୁମକୁ କଳିଯୁଗରେ ଭୋଗିବାକୁ ପଡ଼ିବ। ଏହି କଥା ଶୁଣି ପାଣ୍ଡବ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ସବୁ କଥା କହିଥିଲେ। ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ ଯେ କଳିଯୁଗରେ କେଉଁ ପାଣ୍ଡବ କାହା ଘରେ ଜନ୍ମ ନେବେ।

wp:list
  • ଭବିଷ୍ୟତ ପୁରାଣ ଅନୁସାରେ ଶ୍ରୀକୃଷ୍ଣ କହିଥିଲେ ଯେ କଳିଯୁଗରେ ଅର୍ଜୁନଙ୍କ ଜନ୍ମ ପରିଲୋକ ନାମକ ରାଜାଙ୍କ ପରିବାରରେ ହେବ ଏବଂ ସେ ବ୍ରହ୍ମାନନ୍ଦ ନାମରେ ବିଖ୍ୟାତ ହେବେ।
  • ଶ୍ରୀକୃଷ୍ଣଙ୍କ ଅନୁସାରେ କଳିଯୁଗରେ ଯୁଧିଷ୍ଠିର, ବତ୍ସରାଜ ନାମକ ରାଜାଙ୍କର ପୁତ୍ର ହେବେ ଏବଂ ତାଙ୍କର ନାଁ ମଲଖାନ ହେବ।
  • କଳିଯୁଗରେ ଭୀମଙ୍କ ନାଁ ବୀରଣ ହେବ ଏବଂ ସେ ବନାରସ ନାମକ ରାଜ୍ୟର ରାଜା ହେବେ।
  • ଶ୍ରୀକୃଷ୍ଣ କହିଥିଲେ ଯେ କଳିଯୁଗରେ ନକୁଳ,କାନ୍ୟକୁବ୍ଜର ରାଜା ରତ୍ନଭାନୁଙ୍କ ପୁତ୍ର ହେବେ ଏବଂ ତାଙ୍କ ଲକ୍ଷଣ ହେବ।
  • କଳିଯୁଗରେ ସହଦେବ ,ଭୀମସିଂହ ନାମକ ରାଜାଙ୍କ ଘରେ ଜନ୍ମ ନେବେ ଏବଂ ତାଙ୍କ ନାଁ ହେବ ଦେବସିଂହ।
  • ଶ୍ରୀକୃଷ୍ଣ କହିଥିଲେ ଯେ ଧ୍ରୃତରାଷ୍ଟ୍ରଙ୍କ ଜନ୍ମ ଅଜମେରର ପୃଥ୍ବୀରାଜ ରୂପରେ ହେବ ଏବଂ ଦ୍ରୈାପଦୀ ତାଙ୍କ ପୁତ୍ରୀ ଭାବେ ଜନ୍ମ ନେବେ।
  • ଭବିଷ୍ୟତ ପୁରାଣ ଅନୁସାରେ କଳିଯୁଗରେ ମହାଦାନୀ କର୍ଣ୍ଣଙ୍କ ଜନ୍ମ ତାରକ ନାମକ ରାଜାଙ୍କ ରୂପରେ ହେବ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.